ପାର୍ବତୀ ସାହିତ୍ୟ ସଦନର ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Share

ହିଞ୍ଜିଳକାଟୁ :ହିଞ୍ଜିଳିକାଟୁ ସ୍ଥାନୀୟ ଲୋକନାଥ ମାର୍ଗ ସ୍ଥିତ ପାର୍ବତୀ ସାହିତ୍ୟ ସଦନର ଏକ ସାହିତ୍ୟ ସମ୍ମିଳନୀ ଗତ୨୦୨୩ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାକୁ ବିଶିଷ୍ଟ ସାହିତ୍ୟିକ ନିର୍ମଳ ମିଶ୍ର ଉଦଘାଟନ କରିଥିଲେ । ସଭାରେ ସଭାପତିତ୍ଵ କରିଥିଲେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। ଆୟୋଜକ ତଥା ପ୍ରତିଷ୍ଠାତା ସଂପାଦକ ହରିହର ଚୌଧୁରୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସମାଜ ଓ ସାହିତ୍ୟ ସଂଘ ରେ ମଞ୍ଚାସୀନ ଅତିଥି ଓ ସମ୍ବର୍ଦ୍ଧିତ ପ୍ରତିଭାଧର ମାନେ ତାତ୍ଵିକ ଆଲୋଚନା କରିଥିଲେ । ସଭାରେ ନିର୍ମଳ ମିଶ୍ରଙ୍କ ରମ୍ୟ କବିତା ପୁସ୍ତକ ଓ ଡଃ. ଗଦାଧର ବେହେରାଙ୍କ ସଂକ୍ଷିପ୍ତ ଗୀତା ଓ ଭଜନ ପୁସ୍ତିକା ଲୋକାର୍ପିତ ହୋଇଥିଲା । ଶିକ୍ଷା ବିତ୍‌ ଡଃ ବଦା ଧରବେହେରା, ଦାଶରଥି ଭୂୟାଁ, ଡାକ୍ତର ସାଗର ରଂଜନ ତ୍ରିପାଠୀ, ପ୍ରକାଶ ପାଣିଗ୍ରାହୀ, ଅରବିନ୍ଦ ପଣ୍ଡା, ଜଗନ୍ନାଥ ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଧରମାନେ ହେଲେ- ଡଃ ଗଦାଧର ବେହେରା , ଦାଶରଥି ଭୂୟାଁ, ସାମ୍ବାଦକ-ଲଳିତ ମୋହନ ପଲାଇ,ପ୍ରମୋଦ କୁମାର ପଣ୍ଡିତ, ଗାଆଣୀ ଗାୟକରଙ୍କ ଗୌଡ଼, ମାହେଶ୍ଵର ଗୌଡ଼, ଯଜ୍ଞ ଦତ୍ତ ସାମନ୍ତରାୟ। ଅପରାହ୍ନ ଅଧିବେଶନରେ ଅର୍ଦ୍ଧ ଶତାଧିକ କବି ଓ କବିୟତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ନିତ୍ୟାନନ୍ଦ ସାହୁ, ଅନ୍ୟ ଭାବର୍ପଣ କରିଥିଲେ।

Read more

Local News