Wednesday, May 20, 2026
38.7 C
Brahmapur

ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଟ୍ରିକ ରେଜଲ୍ଟ ସମୀକ୍ଷା

Share

ଚିକିଟି:୧୮/୦୫: ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଭାତୀ ମହାପାତ୍ର ଚିକିଟି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅଚାନକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଭାଗୀୟ ଫାଇଲ୍ ଗୁଡ଼ିକ ଉପରେ ସମୀକ୍ଷା କରିଥିଲେ। ମୁଖ୍ୟତଃ ଗତ ପାଞ୍ଚ ବର୍ଷର ମାଟ୍ରିକ ଫଳାଫଳକୁ ଦେଖିଲେ ଏହି ବର୍ଷ ପରୀକ୍ଷାରେ ପାସ୍ ହାରରେ ଶତକଡା ୯୮ରୁ ଅଧିକ ସଫଳତା ପାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ମାତ୍ର ଏ ୱାନରେ କେବଳ ଗୋଟିଏ ଛାତ୍ରୀ ରହିଥିବା ବେଳେ କାହିଁକି ଆଉ ଅଧିକ ପିଲାଙ୍କ ସଂଖ୍ୟା ବଢ଼ିଲା ନାହିଁ ତାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟର ଫଳାଫଳକୁ ଅନୁଧ୍ୟାନ କରିବା ସହ ଆଗାମୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସମୀକ୍ଷା କରାଯାଇଥିଲା। ସେହିପରି ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ଼ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ସହ ସମସ୍ତ ଛାତ୍ରଛାତ୍ରୀ ଉପର ଶ୍ରେଣୀପାଇଁ ମନୋନୀତ ହୋଇଛନ୍ତି। ବିଭାଗ ତରଫରୁ ଶିଶୁବାଟିକା ଶ୍ରେଣୀରୁ ଦଶମ ଶ୍ରେଣୀ ପାଇଁ ଯେଉଁ ପାଠ୍ୟ ପୁସ୍ତକ ଗୁଡ଼ିକ ପହଞ୍ଚିଛି ସେ ସବୁଗୁଡ଼ିକ ସମସ୍ତ ବିଦ୍ୟାଳୟ ମାନଙ୍କୁ ଛୁଟି ପୂର୍ବରୁ ହିଁ ପଠାଯାଇଥିବା ବିଆର୍ ସିସି ତ୍ରିନାଥ ମଲ୍ଲିକ ପ୍ରକାଶ କରିଛନ୍ତି। ସେହିପରି ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଣୀ ଅନୁସାରେ ଗ୍ରୁପ୍ କରାଯାଇ ଅନଲାଇନ୍ ଶିକ୍ଷାଦାନ କରିବା ସହ ଗ୍ରୀଷ୍ମ ଅବକାଶ କାଳୀନ ଶିକ୍ଷା ଚାଲୁ ରହିଥିବା କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ମାସ ତଥା ଶିକ୍ଷା ବର୍ଷ ଆରମ୍ଭରୁ ଯେପରି ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯିବ ତା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ବାର୍ଷିକ ପରୀକ୍ଷାରେ ସଫଳତା ଉପରେ ବିଇଓ ପନ୍ନଗ ଭୂଷଣ ମାଝୀ କହିଛନ୍ତି ଯେ, ଶିଶୁ ବାଟିକା ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବ୍ଲକର ଶିକ୍ଷା କ୍ଷେତ୍ରରେ କୌଣସି ଅବହେଳାକୁ ସାଲିସ କରାଯିବ ନାହିଁ ଓ ଆଗାମୀ ଦିନରେ ଜିଲ୍ଲାରେ ଚିକିଟି ବ୍ଲକ ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ଆଶା ପ୍ରକାଶ କରିଛନ୍ତି। ଆଜିର ସମୀକ୍ଷା ବୈଠକରେ ସମସ୍ତ ଏବିଇଓ ଓ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଚିକିଟୀରୁ ନରସିଂହ ବେହେରାଙ୍କ ରିପୋର୍ଟ

Read more

Local News