Wednesday, May 20, 2026
38.7 C
Brahmapur

ଟିକାବାଲିରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Share

ବାଲିଗୁଡା,୧୯/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପଞ୍ଚାୟତ ସମିତି ନୂତନ ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଙ୍କ ଅଧ୍ୟକ୍ଷତା ରେ ଟିକାବାଲି ବ୍ଲକ ତଥା ଜି ଉଦୟଗିରି ସହିତ ଜିଲ୍ଲାର ପାଖା ପାଖି ବ୍ଲକ ର ଜନସାଧାରଣ ଆସି ନିଜ ନିଜର ସାମୁହିକ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସିଧାସଳଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ରେ ମୋଟ ୫୧ ଗୋଟି ସମସ୍ୟା ଆସିଥିବା ବେଳେ ସେଥିରୁ ବ୍ୟକ୍ତିଗତ ସମସ୍ୟା ୨୮ଏବଂ ସାମୁହିକ ସମସ୍ୟା ୨୩ ଟି ପଞ୍ଜିକରଣ ହୋଇଛି l ବିଶେଷ କରି ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ସାମାଜିକ ସୁରକ୍ଷା ଯୋଜନା ଉପରେ ସମସ୍ୟା ଚି଼ହ୍ନଟ ସହିତ ୧୦ ଜଣକୁ ନୂତନ ଭାବରେ ଯୋଗ୍ୟ ହିତାଧିକାରୀ ଙ୍କୁ ମାସିକ ଭତ୍ତା ବଣ୍ଟନ କରିଥିଲେ ଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ଆଜି ପୁଣି ଏକ ନୂତନ କାର୍ଯ୍ୟକ୍ରମ ଯାହା କି ଧରିତି ଆଵା ଜନ ଜାତୀୟ ଗରିମା ଉତ୍ସବ ର ଶୁଭ ଉଦଘାଟନ ଉତ୍ସବ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଆରମ୍ଭ କରାଗଲା l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କନ୍ଧମାଳ ସମ୍ବୁନାଥ ନନ୍ଦି, ବାଲିଗୁଡା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜି. ଉଦୟଗିରି ଏସ ଡି ପି ଓ ଶିବା ମାରୁତି ରେଡି, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପଞ୍ଜିକରଣ ସମସ୍ୟାର ପ୍ରତି ଗୁରୁତ୍ୱ ଦେଇ କାର୍ଯକାରୀ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

Read more

Local News