Wednesday, May 20, 2026
38.7 C
Brahmapur

ବିନା ପାରିଶ୍ରମିକ ରେ ଟ୍ରାଫିକ ସେବା ଯୋଗାଇ ଚର୍ଚ୍ଚାରେ

Share

ବାଲିଗୁଡା ତା, ୧୯/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): ନିଜ ଗାଁ ର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଜଣେ ଦିନ ମଜୁରିଆ l ଏଥିପାଇଁ ସେ ବିନା ପାରିଶ୍ରମିକ ରେ ନିସ୍ଵାର୍ଥପର ଭାବେ ଏବେ ଟ୍ରାଫିକ ସେବା ଯୋଗାଇ ସମସ୍ତ ଙ୍କ ପାଇଁ ପ୍ରଂଶସା ର ପ୍ରିୟପାତ୍ର ହୋଇଛନ୍ତି l କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଗାଁ ରୁ ସାମ୍ନା କୁ ଆସିଛି ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏପରି ଏକ ସଚେତନତା ର ବାସ୍ତବ ଚିତ୍ର l ଟିକାବାଲି ବ୍ଲକ ପାବୁରିଆ ଗାଁ ର ଦିନ ମଜୁରିଆ ବସନ୍ତ କୁମାର ବୁର୍ଗୀ l ପାବୁରିଆ ଗାଁ ରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା l ଟ୍ରାଫିକ ସମସ୍ୟା ସହ ଗାଁ ରେ ଦୁର୍ଘଟଣା ରୁ ଜନସାଧାରଣ ଙ୍କୁ ରକ୍ଷା କରିବା ନିମନ୍ତେ ଶେଷରେ ଆଗକୁ ଆସିଛନ୍ତି ବସନ୍ତ କୁମାର ବୁର୍ଗୀ l ଦୀର୍ଘ ପନ୍ଦର ଦିନ ରୁ ଉର୍ଦ୍ଧ ସମୟ ଧରି ଜନଗହଳି ପୂର୍ଣ୍ଣ ପାବୁରିଆ ଚାରି ଛକ ରେ ସେ ନିଜ କୁ ନିୟୋଜିତ କରିଛନ୍ତି l ତେବେ ପେଶା ରେ ବସନ୍ତ ଜଣେ ଦିନ ମଜୁରିଆ ହୋଇଥିବା ସତ୍ୱେ ସେ ନିଜ ରୋଜଗାର ଛାଡି ଏବେ ଜନସାଧାରଣ ଙ୍କ ପାଇଁ ନିସ୍ଵାର୍ଥପର ଭାବେ ବିନା ପାରିଶ୍ରମିକ ରେ ଟ୍ରାଫିକ ସେବା ଯୋଗାଇ ଆସୁଛନ୍ତି l ଏଥିପାଇଁ ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ହୁଇସିଲ ଖଣ୍ଡେ ଧରି ପାବୁରିଆ ଚାରି ଛକ ରେ ଟ୍ରାଫିକ ସେବା ଦେଇ ଚାଲିଛନ୍ତି l ଅତୀତ ରେ ବସନ୍ତ ଙ୍କ ପରିବାର ର ସଦସ୍ୟ ଦୁର୍ଘଟଣା ରେ ଆହତ ହୋଇଥିବା ନେଇ ସେ ଏପରି ପଦକ୍ଷେପ ନେଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ଅନ୍ୟ କେହି ଯେପରି ଦୁର୍ଘଟଣା ର ଶୀକାର ନ ହୁଅନ୍ତୁ ଓ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ଦିନ ମଜୁରିଆ ହୋଇ ବି ଏପରି ପନ୍ଥା ଆଦରି ନେଇଛନ୍ତି ବସନ୍ତ l ତେବେ ବସନ୍ତଙ୍କ ଏପରି ନିସ୍ଵାର୍ଥପର ସେବା ପାଇଁ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ନାୟକ, ବୁଦ୍ଧିଜୀବୀ ଚିତ୍ତ ରଞ୍ଜନ ବେହେରା, ଗୋପାଳ କୃଷ୍ଣ ନାୟକ ଙ୍କ ସମେତ ଅଂଚଳବାସୀ ଖୁସିବ୍ୟକ୍ତ କରିଥିବା ସହ ଏପରି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି l

Read more

Local News