ବ୍ରହ୍ମପୁର,୧୦/୭:- ବ୍ରହ୍ମପୁର ସ୍ଥିତ କଂଗ୍ରେସ କାର୍ଯ୍ୟଳୟ ବାପୁଜୀ ଆଶ୍ରମ ପରିସରରେ ଦଳର ବିଭିନ୍ନ ଛାମୁଆ ସଂଗଠନ ର ସଦସ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପିସିସି ସେବାଦଳ ସଭାପତି ଶୁଭେନ୍ଦୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ,ପୂର୍ବତନ ବିଧାୟକ ତ୍ରିନାଥ ବେହେରା,ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ସାକା ସୁଜିତ୍, ଭୋକାଲୀ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଆସନ୍ତା ଦିନରେ କଂଗ୍ରେସ ତାହାର ବିଭିନ୍ନ ଛାମୁଆ ସଂଗଠନ ଛାତ୍ର,ଯୁବ,ମହିଳା, ଓବିସି,ସେବାଦଳ କୁ ସୁଦୃଢ଼ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଯୋଜନା ରଖିଛି । ଆଗାମୀ ଦିନରେ ପ୍ରତି ଜିଲ୍ଲାର ବିଭିନ୍ନ ବ୍ଲକରେ ସେବାଦଳ ସଭାପତି ନିଯୁକ୍ତି ପାଇବେ । ଏହାସହିତ ଯୁବ ଏବଂ ମହିଳା ବ୍ରିଗେଡ୍ ଗଠନ କରାଯିବ । ପ୍ରତ୍ୟେକ ଛାମୁଆ ସଂଗଠନ କିଭଳି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ସେବା ଯୋଗାଇ ପାରିବେ ତାହାର ଖସଡ଼ା ପ୍ରସ୍ତୁତ ହୋଇଥିବା କହିଥିଲେ ସେବାଦଳ ସଭାପତି ଶୁଭେନ୍ଦୁ ମହାନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମସ୍ତ ଛାମୁଆ ସଂଗଠନ କୁ ସୁଦୃଢ଼ କରାଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା (ପୂର୍ବ) ସଭାପତି ରଶ୍ମି ରଂଜନ ପଟ୍ଟନାୟକ । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ର ବିଫଳତାକୁ କଂଗ୍ରେସର ଏହି ଛାମୁଆ ସଂଗଠନ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବେ ସେଥି ପ୍ରତି ସମସ୍ତ ସଂଗଠନ ମୁଖ୍ୟଙ୍କୁ ଅବଗତ କରାଯାଉଛି । ସଂଗଠନ ମୁଖ୍ୟ ବିଭିନ୍ନ ବ୍ଲକ୍,ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ ୱାର୍ଡ ବାସିନ୍ଦା ଙ୍କ ନିକଟରେ ପହଞ୍ଚି ଲୋକଙ୍କୁ ସଚେତନ କରିବ । ଶୁକ୍ରବାର ଦିନ ଆୟୋଜିତ ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ସଭାପତି , ଟାଉନ ସଭାପତି ସମେତ ଦଳୀୟ ବ୍ଲକ୍ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଚିକିଟି ସୁରେଶ ଚନ୍ଦ୍ର ଦ୍ୟାନସାମନ୍ତରା, କୁକୁଡ଼ାଖଣ୍ଡି ବ୍ଲକ୍ ସଭାପତି ସୁଶାନ୍ତ ପାଣି, ଙ୍କ ସମେତ ନିଗମ ପଣ୍ଡା,ପ୍ରଶାନ୍ତ କୁମାର ପ୍ରଧାନ,ସୁଦାମ ପୁରୋହିତ,ଶତ୍ରୁଘ୍ନ ବେହେରା ,କାଳିଆ ରାହୁଳ,ପବିତ୍ର ସାବତ,ପି ରାମାରାଓ ପ୍ରମୁଖ ଯୋଗ ଦେଇଥିଲେ ।