Monday, July 13, 2026
35.9 C
Brahmapur

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ମାମଲା , ଅଭିଯୁକ୍ତ କୋର୍ଟଚାଲାଣ

Share

ରଙ୍ଗେଇଲୁଣ୍ଡା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଧିନସ୍ତ ଏକ ଗ୍ରାମରେ ଗତ ମେ ମାସରେ ନାବାଳିକା ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରିବା ମାମଲାରେ ଗୋଳନ୍ଥରା ଥାନା ପୋଲିସ ଶନିବାର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଛତ୍ରପୁର ଥାନା ଅଧିନସ୍ତ ଚାନ୍ଦପଡ଼ା ଗ୍ରାମ ର କାହ୍ନୁ ପ୍ରଧାନ (୨୦) ବୟସ ବୋଲି ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏହି ଗୋଳନ୍ଥରା ଥାନା ଅଧିନସ୍ତ ଏକ ଗ୍ରାମରେ ଗତ ମେ ୨୧ ତାରିଖରେ ନାବାଳିକା ଜଣକ ଏକା ଥିଲେ ଝିଅଙ୍କ ମା ଘରର କୌଣସି କାମକୁ ନେଇ ଯାଇଥିବା ବେଳେ ସନ୍ଧ୍ୟା ରେ ଘରକୁ ଆସିବା ବେଳେ ନାବାଳିକା ନଥିଲେ। ଏ ନେଇ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ପତା ପାଇନଥିଲେ । ଏନେଇ ନାବାଳିକାଙ୍କ ମା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେସ୍ ନଂ ୧୮୮/୨୭ ପ୍ରକାରେ ପୋଲିସ ଅପହରଣ ମାମଲାରେ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଅପହରଣ କାରୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଶୁକ୍ରବାର ରାତିରେ କନିସି ହାଟ ଅଞ୍ଚଳରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲେ । ପୋଲିସ ପଚରା ଉଚରା କରିବା ପରେ ଇନ୍‌ଷ୍ଟା ଗ୍ରାମ୍ ରେ କାହ୍ନୁ ସହିତ ପରିଚୟ ହୋଇଥିଲା । ପରେ ପ୍ରଲୋଭନ ଦେଖାଇ ଅପହରଣ କରି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା କଥା ପୋଲିସ ନିକଟରେ କହିଥିଲେ । ଫେରାର୍ ଥିବା କାହ୍ନୁ କୁ ଶନିବାର ସକାଳେ ପୋଲିସ କାବୁ କରି ନେଇ ଥାନାରେ ପଚରା ଉଚରା କରିଥିଲେ । ନାବାଳିକା ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତରି ମାଇନ୍ କରି ବିଚାରା ପତିଙ୍କ ସମ୍ମୁଖୀନରେ ବୟାନ ରେକର୍ଡ କରାଯାଇଛି । ପୋଲିସ ବଳାତ୍କାର ମାମଲା ପରିବର୍ତ୍ତନ କରି କାହ୍ନୁ କୁ ସ୍ଥାନୀୟ ମେଡିକାଲ ରେ ଡାକ୍ତର ମାଇନ୍ କରି ପୋଲିସ ଗିରଫ କରି କର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।ରଣ୍ଡାରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ

Read more

Local News