କୁକୁଡାଖଣ୍ଡି:- କୁକୁଡାଖଣ୍ଡି ବ୍ଲକ ବିଭିନ୍ନ ସ୍ଥାନରେ ବେଆଇନ ଗୌଣ ଖଣିଜ ସମ୍ପଦ ଉଭୋଜନା ଓ ପରିବହନ ବିରୋଧରେ ପ୍ରଶାସନା ଓ ଖଣି ବିଭାଗ ପକ୍ଷରୁ ଚଢାଉ କରାଯାଇ ବିଳମ୍ବିତ ରାତ୍ରିରେ ଚାରୋଟି ଗାଡି ଜବତ କରାଯାଇ ପୋଲିସ୍ କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଗତ କିଛି ଦିନ ଧରି କୁକୁଡାଖଣ୍ଡିର ବୋରିଗାଁ, ବଡପଲ୍ଲୀ, ମହୁଡା ଆଦି ଅଞ୍ଚଳରୁ ରାତ୍ରିକାଳୀନ ମୋରମ ଓ ପଥର ବ୍ୟାପକ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇ ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ସ୍ୱରୂପ ଶୁକ୍ରବାର ବିଳମ୍ବିତ ରାତିରେ ତହସିଲଦାର ଭାଜକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜସ୍ୱ ନିରାକ୍ଷକ ରମେଶ ଜେନା, ନିଳାଞ୍ଚଳ ବେହେରା, ଜୀବନଜ୍ୟୋତି ସାହୁ, ସୁଶାନ୍ତ ପାତ୍ର ଓ ରାଜେଶ ପଟ୍ଟନାୟକ ପ୍ରମୁଖ ଅଚାନକ ଚଢ଼ାଉ କରି ବୋରିଗାଁ ଆଇଆଇ ସର୍କଲ ଅଧିନ ବରପଲ୍ଲୀ ମୌଡାରୁ ୧୪୬୬୧୫ ନମ୍ବର ବିଶିଷ୍ଟ ଏକ ଟ୍ରକ ସହ ବେଆଇନ ମୋରମକୁ ଜବତ କରି ବ୍ରହ୍ମପୁର ସଦର ଥାନାକୁ ହସ୍ତାନ୍ତର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ସେହିପରି ଲାଠି ଆରଆଇ ସର୍କଲ ଅଧିନ ମହୁଡା ମୌଜାରୁ ୦୫୦୫୪୪, ୦୫୦୫୩୧ ଓ ୦୫୦୫୮୩ ନମ୍ବର ବିଶିଷ୍ଟ ତିନୋଟି ହାଇୱାକୁ ଜବତ କରାଯାଇ ଗୋଳନ୍ଥରା ଥାନାକୁ ହସ୍ତାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ହୋଇଥିବା ଏହି ଚଢାଉକୁ ବେଆଇନ ଖଣି କାରବାର ବିରୋଧରେ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଇଛି । ପ୍ରଶାସନିକ ସୁତ୍ରରୁ ପ୍ରକାଶ ଯେ ବେଆଇନ ଖଣି ଖନନ ଓ ଗୌଣ ଖଣିଜ ପରିବହନ ଯୋଗୁଁ ସରକାରୀ ରାଜସ୍ଵ କ୍ଷତିଗ୍ରସ୍ତ ହେବା ସହ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡିଛି । ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢାଉ ଜାରି ରହିବ ଏବଂ ବେଆଇନ କାରବାରରେ ସମ୍ପୁର୍ଣ୍ଣ ବ୍ୟକ୍ତିଙ୍କ ବିରଧରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ରଣ୍ଡାରୁ ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ
Share
Read more