ବ୍ରହ୍ମପୁରରେ ତିଳ ବୋଝେଇ ଗାଡ଼ି ଆତ୍ମସାତ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ; ୩ ଲକ୍ଷ ଟଙ୍କା ଓ ମୋବାଇଲ ଜବତ

Share

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ ଟନ୍ ତିଳ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରାୟ ୪.୨୬ ଲକ୍ଷ ଟଙ୍କା ମୂଲ୍ୟର ତିଳ ବୋଝେଇ ମାଲକୁ ଆତ୍ମସାତ୍ କରି କମ୍ ଦାମରେ ବିକ୍ରି କରି ବ୍ୟକ୍ତିଗତ ଲାଭ କରିଥିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ସରବା ଓରଫ ବୃଦାବନ ନାୟକ (୩୧), ପିତା- ଖଗେଶ୍ୱର ନାୟକ, ଗ୍ରାମ- ବାଲାସାହି, ପୋଷ୍ଟ- ସୁବାଦିଆ, ଥାନା- ବାଂଶଡ଼ା, ଜିଲ୍ଲା- ଭଦ୍ରକ। ତାଙ୍କୁ ୨୫ ଜୁଲାଇ ୨୦୨୬ ସନ୍ଧ୍ୟା ୬.୩୦ଟାରେ ବଡ଼ବଜାର ଥାନା ପୋଲିସ ଗିରଫ କରିଛି।୨ ଜାନୁଆରୀ ୨୦୨୬ରେ ବ୍ରହ୍ମପୁରର ସୁରେନ୍ଦ୍ର କୁମାର ନାୟକ ୩ ଟନ୍ ତିଳକୁ ମହିନ୍ଦ୍ରା ପିକ୍-ଅପ୍ ଭ୍ୟାନ (OD-01-AV-4631) ଯୋଗେ ଲେଙ୍କା ଟ୍ରାନ୍ସପୋର୍ଟ ମାଧ୍ୟମରେ କଟକର ଆଞ୍ଚଳା ଏଜେନ୍ସୀକୁ ପଠାଇଥିଲେ। ଗାଡ଼ିଟି ବ୍ରହ୍ମପୁରରୁ ଯାତ୍ରା କରିଥିଲେ ମଧ୍ୟ ମାଲ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିନଥିଲା। ଚାଳକଙ୍କ ସହ ଯୋଗାଯୋଗ ନ ହେବାରୁ ୨୧ ଜାନୁଆରୀ ୨୦୨୬ରେ ବଡ଼ବଜାର ଥାନା କେସ୍ ନଂ-୪୬ ରୁଜୁ କରାଯାଇଥିଲା।ତଦନ୍ତ ସମୟରେ ସ୍ଥାନୀୟ ସୂଚନା ଆଧାରରେ ପୋଲିସ ସରବା ଓରଫ ବୃଦାବନ ନାୟକଙ୍କୁ ଚିହ୍ନଟ କରିଥିଲା। ପୂର୍ବରୁ ମଧ୍ୟ ସମାନ ପ୍ରକାର ଅପରାଧରେ ସମ୍ପୃକ୍ତ ଥିବା ଏହି ଅଭିଯୁକ୍ତ ଫେରାର ଥିଲେ।ପଚରାଉଚରା ବେଳେଅଭିଯୁକ୍ତ ପୋଲିସ ସମ୍ମୁଖରେ ସମ୍ପୂର୍ଣ୍ଣ ତିଳ ବୋଝେଇ ମାଲକୁ ଆତ୍ମସାତ୍ କରି କେନ୍ଦୁଝର ଜିଲ୍ଲା ଘଟଗାଁର ବିଦ୍ୟାଧର ପ୍ରଧାନ ଓରଫ ମାନସଙ୍କୁ ₹୨.୫୦ ଲକ୍ଷରେ ବିକ୍ରି କରିଥିବା ସ୍ୱୀକାର କରିଛନ୍ତି। ଏହି ଟଙ୍କାକୁ ସେ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିବା ମଧ୍ୟ କହିଛନ୍ତି।ନଗଦ ₹୩,୦୦,୦୦୦ (ଚୋରି ହୋଇଥିବା ମାଲ ବଦଳରେ)Vivo Y28 ମୋବାଇଲ ଫୋନ୍, ଯେଉଁଥିରେ କାରବାର ସମ୍ବନ୍ଧୀୟ ଚାଟ୍ ରହିଥିବା ପୋଲିସ କହିଛି।ଅଭିଯୁକ୍ତଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Read more

Local News