ରେଳମଦଦ ସହାୟତାରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର

Share

ଜଟଣୀ, ୧୦/୦୯ (ରାଜେନ୍ଦ୍ର ପ୍ରସାଦ ନାୟକ)- ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରି ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ପୁଣି ଏକ ପ୍ରଶଂସନୀୟ କାର୍ଯ୍ୟ କରାଯାଇଛି। ‘ରେଳମଦଦ୍’ ମାଧ୍ୟମରେ ପ୍ରାପ୍ତ ଅଭିଯୋଗ ଆଧାରରେ ବ୍ରହ୍ମପୁର ରେଳ ଷ୍ଟେସନରେ ୧୨୮୪୧ ନମ୍ବର ଟ୍ରେନରେ ଜଣେ ଯାତ୍ରୀଙ୍କ ଦ୍ୱାରା ଛାଡ଼ି ଯାଇଥିବା ବ୍ୟାଗ୍ ଉଦ୍ଧାର କରାଯାଇଛି। ଟିକେଟ୍ ପରୀକ୍ଷକ ଶ୍ରୀ ଏସ୍. କେ. ସାମନ୍ତରାୟ ବ୍ୟାଗଟିକୁ ତୁରନ୍ତ ନିଜ ହେପାଜତକୁ ନେଇ ସୁରକ୍ଷିତ ଭାବେ ରଖିଥିଲେ। ଉଦ୍ଧାର ହୋଇଥିବା ବ୍ୟାଗରୁ ନଗଦ ୨,୭୦୦ ଟଙ୍କା, ଲକେଟ୍ ସହ ସୁନା ଚେନ୍, କାନଫୁଲ ଯୋଡ଼ା, ଚାରୋଟି ମୁଦି ଏବଂ ଏକ ସାମସଙ୍ଗ ସ୍ମାର୍ଟଫୋନ୍ ସହ ବହୁ ମୂଲ୍ୟବାନ ସାମଗ୍ରୀ ମିଳିଥିଲା। ଯାତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ପରେ ଆନୁଷ୍ଠାନିକ ହସ୍ତାନ୍ତର ପତ୍ର ମାଧ୍ୟମରେ ବ୍ୟାଗଟି ବିଶାଖାପାଟଣା ରେଳ ସୁରକ୍ଷା ବଳକୁ ହସ୍ତାନ୍ତର କରାଯାଇଛି। ଏହି ତ୍ୱରିତ ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ସମ୍ପୃକ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ନିର୍ଭୟ ଯାତ୍ରା ଯୋଗାଇବା ପାଇଁ ମଣ୍ଡଳ ସଦା ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

Read more

Local News