ପୁରୀ (ନୀଳାମ୍ବର ମିଶ୍ର )ତା ୧୦-୯-୨୬ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡ଼ା ପଞ୍ଚାୟତସ୍ଥିତ ଚଣ୍ଡୀ ବୁଢ଼ୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏମ ବି କେ ଶୁଚିସ୍ମିତା ସୁବଳଙ୍କ ବିରୁଦ୍ଧରେ ଧମକ, ଦୁର୍ନୀତି ଓ ଚଞ୍ଚକତା ଅଭିଯୋଗରେ ଡେଲାଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପାଞ୍ଚଲକ୍ଷ ଟଙ୍କା ହଡ଼ପ କରିବାକୁ କିପରି ଚଞ୍ଚକତା କରିଛନ୍ତି ସେ ବିଷୟରେ ଗୁହାରି କରିଛନ୍ତି । ଏହି ଅଭିଯୋଗ ପତ୍ର ଦେବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାନୁମତି ସୁବଳ, ସୁମିତ୍ରା ବିଶ୍ୱାଳ, ମଞ୍ଜୁଲତା ସ୍ୱାଇଁ, ପ୍ରବାସୀ ବିଶ୍ୱାଳ,କବିତା ପ୍ରଧାନ ସୁକାନ୍ତି ବେହେରା ଓ ଗଗି ସୁବଳ ଉପସ୍ଥିତ ଥିଲେ। ଦୁର୍ନୀତିଗ୍ରସ୍ତ ଏମ ବି କେ ଙ୍କୁ ବହିଷ୍କାର କରିବାକୁ ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡେଲାଙ୍ଗଙ୍କ ନିକଟରେ ଦାବି କରିଛନ୍ତି ।ପୁରୀଜିଲ୍ଲାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ।