ବ୍ରହ୍ମପୁର,(୨୧/୧୦): ଦେଶର ବିଭିନ୍ନ ରାଜ୍ୟରେ ଭୋଟର ତାଲିକାରୁ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିବା ଏବଂ ଏହାଦ୍ୱାରା ସେମାନଙ୍କ ମତଦାନ ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କାକୁ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚ ଗଭୀର ଉଦ୍ବେଗ ପ୍ରକାଶ କରିଛି। ଭୋଟର ତାଲିକାର ସ୍ୱଚ୍ଛତା, ନିରପେକ୍ଷତା ଏବଂ ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ହେଉଛି ଗଣତନ୍ତ୍ରର ମୂଳଦୁଆ। ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବା ସମ୍ପର୍କିତ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଯୋଗ୍ୟ ଭୋଟରଙ୍କ ନାମ ପୁନଃ ସାମିଲ କରିବାକୁ ମଞ୍ଚ ଦାବି କରିଛି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଧାରାର ନିରପେକ୍ଷତା ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ଦେବା ସହ ନିର୍ବାଚନ ଆୟୋଗ ଜନସାଧାରଣଙ୍କ ବିଶ୍ୱାସ ଅକ୍ଷୁଣ୍ଣ ରଖିବା ଆବଶ୍ୟକ ବୋଲି ମଞ୍ଚ ମତ ପ୍ରକାଶ କରିଛି। ଏହି ପରିପ୍ରେକ୍ଷୀରେ ୨୩ ଅକ୍ଟୋବର ୨୦୨୬ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ବାରାକ୍ସ ଛକ ଠାରେ ସର୍ବ ଭାରତୀୟ ପ୍ରତିବାଦର ଡାକରା କ୍ରମେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଗଣ ପ୍ରତିବାଦ ଅନୁଷ୍ଠିତ ହେବ, ଏଥିରେ ସମସ୍ତ ଗଣତନ୍ତ୍ର ପ୍ରେମୀ ସର୍ବସାଧାରଣ ଅଂଶ ଗ୍ରହଣ କରିବା ପାଇଁ ଆଜି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ନିବେଦନ କରାଯାଇଛି l ଗଣତନ୍ତ୍ରର ସୁରକ୍ଷା, ଭୋଟରଙ୍କ ଅଧିକାର ଓ ନିର୍ବାଚନର ସ୍ୱଚ୍ଛତା ପାଇଁ ସମସ୍ତେ ଏକଜୁଟ ହେବା ପାଇଁ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଙ୍ଗଠନ ର ନେତା ଅଶୋକ କୁମାର ଦଳାଇ, ମଞ୍ଚ ସମ୍ପାଦକ ଗୁଣନିଧି ବେହେରା, ସମାଜସେବୀ ହୃଷୀକେଶ ପାତ୍ର ଆଜି ପ୍ରେସ୍ ବାର୍ତ୍ତା ମାଧ୍ୟମରେ ନିବେଦନ କରିଛନ୍ତି l ଅବନୀ ଗୟା,ମାନବ ଅଧିକାର ସୁରକ୍ଷା ମଞ୍ଚ,
Share
Read more