ଚିକିଟି ପ୍ରେସ କ୍ଲବର ପଞ୍ଚମତ୍ତମ ବନ୍ଧୁମିଳନ ବୈଠକ

Share

ଚିକିଟି ପ୍ରେସ କ୍ଲବର ପଞ୍ଚମତ୍ତମ ବନ୍ଧୁମିଳନ ବୈଠକ ଆଜି ମା ରତନୟୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଗମାନନ୍ଦ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଣ୍ଡା , ମୁଖ୍ୟ ଅତିଥି ଭାବେ ଏବଂ ବିଭୁତି ପାଢ଼ୀ ସମ୍ମାନିତ ଅତିଥି ଆଇନଜୀବୀ ମାନସ ରଞ୍ଜନ ପାଢ଼ୀ ସଙ୍ଘ ର ଆଇନ ଉପଦେଷ୍ଟା ରୂପେ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଭାପତି ଦୁର୍ଗାମାଧବ ମହାରଣା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ଚିକିଟି ଅଞ୍ଚଳର ବିଭିନ୍ନ ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇ ସାମ୍ବାଦିକତାକୁ କିପରି ସ୍ବଚ୍ଛ, ନିରପେକ୍ଷ ଏବଂ ସତ୍ୟତା କୁ ଲୋକ ଲୋଚନ କୁ ଆଣି ସମାଜର ପ୍ରତି ବର୍ଗ ର ଲୋକଙ୍କୁ ସୁବିଧା ସୁଯୋଗ ପହଞ୍ଚିପାରିବ। ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହା ବ୍ୟତୀତ ସାମ୍ବାଦିକ ମାନେ ନିଜ କୁ କିପରି ସୁରକ୍ଷିତ ଏବଂ ସରକାରଙ୍କ ବୀମାଭୁକ୍ତ ହୋଇ ନିଜର ସାମ୍ବାଦିକତା ନିମନ୍ତେ କିଛି ସରକାରଙ୍କ ସୁବିଧା ପାଇବା ପାଇଁ ସରକାର ଙ୍କ ନିକଟରେ ଅନୁରୋଧ ରଖିବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ସ୍ୱାର୍ଥ ବିହୀନ ସାମ୍ବାଦିକତା ସେବା ମନୋବୃତ୍ତି ରଖିବା ପାଇଁ ସବୁ ସାମ୍ବାଦିକ ଭାଇ ମାନେ ଶପଥ ଗ୍ରହଣ କରିଥିଲେ , ଏହି ସଙ୍ଘ ରେ ସାମ୍ବାଦିକତା ଗ୍ରହଣ କରିଥିବା ଉଲ୍ଲାସ ଗୌଡ଼ ଏବଂ ଅନନ୍ୟ ନୂତନ ସଦସ୍ୟତା ଗ୍ରହଣ କରିଥିବା ଭାଇ ମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା, ପରିଶେଷରେ ସଭାପତି ମୋହୋଦୟୋ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଚିକିଟି ରୁ ନରସିଂହ ବେହେରା ଙ୍କ ରିପୋର୍ଟ ଓଡ଼ିଶା ଦର୍ପଣ ।

Read more

Local News