ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Share

ବ୍ରହ୍ମପୁର:ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ତରଫରୁ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ କରାଯାଇଛି l ଏହି ଅବସରରେ “ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା l ଏହି କ୍ରୀଡା ପ୍ରତିଯୋଗିତାର ଉଦଯାପନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରଧ୍ୟାପିକା, ବହୁ କ୍ରୀଡାବିତ ଓ ଶିକ୍ଷାବିତ, ବହୁ ବିଶ୍ଵବିଦ୍ୟାଳୟ ପଦାଧିକାରୀ ତଥା ବିଜେଡି ଯୁବ, ଛାତ୍ର, ନେତୃବୃନ୍ଦଙ୍କ ଉପସ୍ଥିତିରେ ଯୋଗଦେଇ, ବିଜୟୀ କ୍ରୀଡା ପ୍ରତିଯୋଗୀ ତଥା ଦଳ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା.. ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ l

Read more

Local News