ବ୍ରହ୍ମପୁର:-ଗଣମାଧ୍ୟମ ଜଗତର ବରିଷ୍ଠ ତଥା ସୁନାମ ଧନ୍ୟ ସାମ୍ବାଦିକ ଜ୍ୟୋତି ରଂଜନ ଦାସଙ୍କ ପତ୍ନୀ ଭାରତୀ ପଟ୍ଟନାୟକଙ୍କ ୫୫ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ଘଟିଛି । ଅସୁସ୍ଥତା କାରଣରୁ ସେ ଦିର୍ଘ ସମୟ ଧରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ନିଜ ଘରକୁ ଫେରିଥିଲେ । ତେବେ କିଛି ଦିନର ବ୍ୟବଧାନ ପରେ ଗତକାଲି ରାତିରେ ଭାରତୀ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ଆଜି ସକାଳୁ ବ୍ରହ୍ମପୁର ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଆଜି ତାଙ୍କ ମର ଶରୀରକୁ ନିଜ ବାସ ଭବନରୁ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚକୁ ନେଇ ସେଠାରେ ଏକ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା। ବିଜିପୁର ସ୍ଥିତ କବର ସ୍ଥାନରେ ମର ଶରୀରକୁ କବର ଦିଆଯାଇଥିଲା ।