ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଦ୍ୱାରା ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Share

ବାଲିଗୁଡା:ଅତ୍ୟଧିକ ଥଣ୍ଡା କନ୍ଧମାଳ ଜିଲ୍ଲାରେ ରହିଥିବା ଯୋଗୁଁ ଗରିବ ଅସହାୟ ଲୋକଙ୍କ ଜନଜୀବନ ଉପରେ ପ୍ରଭାବ ପକାଉଥିବା ବେଳେ ସେମାନଙ୍କ ଦୁଃଖ ବୁଝି ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପକ୍ଷରୁ ବାଲିଗୁଡା ପଣସପୋଡି ଓ ଦଣ୍ଡପଦର ଠାରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ସଂସ୍କାର କାର୍ଯ୍ୟକ୍ରମ “ଆସନ୍ତୁ ଗଢିବା ସଂସ୍କାରବାନ ପିଢି”ନାମରେ ବ୍ୟାପକ ଭାବେ ପ୍ରଚଳନ ଉପରେ କହିବା ଏବଂ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ଚାରିଜଣ ଛାତ୍ରୀ ଶକ୍ତିମୟୀ,ଆଞ୍ଚଲ , ନେହା ,ଓ ତିନୁ ଯୁଗ ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାୟତ୍ରୀ ମହାମନ୍ତ୍ରର ବିଶ୍ଳେଷଣ ଓ ଏହାର ଉପଯୋଗୀତା ବୈଜ୍ଞାନିକ ଦୃଷ୍ଟି କୋଣ ସହ ନିଶା ନିବାରଣ ସମ୍ପର୍କରେ ବୁଝାଇଥିଲେ । ଏହାସହ ପଣସପଡି ମଣ୍ଡପ ଠାରେ ୩୫ ଜଣ ଓ ଦଣ୍ଡପଦର ଠାରେ ୫୫ ଜଣ ଗରିବ ପରିବାରକୁ ଶୀତ ବସ୍ତ୍ର ବାଣ୍ଟି ଥିଲେ । ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମକୁ ଶକ୍ତିପୀଠ ମୁଖ୍ୟଟ୍ରଷ୍ଟି ଅନ୍ତର୍ଯ୍ୟାମି ବେହେରା ,ପୂଜକ ପ୍ରମୋଦ ଭାଇ ,ଜଗନ୍ନାଥ ବେହେରା, ବିରୁପାକ୍ଷ ଦାସ ଗୋପାଳ ପଟ୍ଟନାୟକ ସମେତ ବହୁ ସଂଖ୍ୟକ ଗାୟତ୍ରୀ ପରିଜନ ପ୍ରମୁଖ ସହଯୋଗ କରିଥିଲେ ।

Read more

Local News