୧୦ମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ନିମନ୍ତେ ଆଲୋଚନା ସଭା ଅନୁଷ୍ଠିତ

Share

ବ୍ରହ୍ମପୁର:ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଅନୁଷ୍ଠିତ ହେବାକୁଥିବା ୧୦ମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ନିମନ୍ତେ ଭୂମି ପୂଜନ କରାଯାଇଛି । ବାସୁଦେବ ରଥ ସନାତନ ଧର୍ମର ଜଣାଶୁଣା ବ୍ରାହ୍ମଣ ପୂଜା ଅର୍ଚ୍ଚନା ପୂର୍ବକ ପରିବେଶର ସୁଧିକାରଣ ନିମନ୍ତେ ବେଦ ମନ୍ତ୍ର ପାଠ କରିଥିଲେ । ଦଶ ଦିନ ବ୍ୟାପି ଏହି କଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପନ କିପରି ହେବ ଏହିଦିଗରେ ଆଲୋଚନା କରାଯାଇଥିଲା । ଓଡିଶା ଓ ଓଡିଶା ବାହାରୁ ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏହି ପୁସ୍ତକ ମେଳାରେ ଯୋଗ ଦେବେ ବୋଲି ପୁସ୍ତକ ମେଳା କମିଟି ସଭାପତି କବି ସୁଶାନ୍ତ ଦାଶ ସୂଚନା ଦେବା ସହ ପ୍ରତ୍ୟକ ଦିନ କବିତା ପାଠ ,ବିଭିନ୍ନ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଶ୍ରୀଯୁକ୍ତ ଦାଶ କହିଥିଲେ । ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ କବି ଅଜିତ ସାବତ , ବିଚିତ୍ରା ନନ୍ଦ ବେବର୍ତ୍ତା ,ଅନୀଲ ପାତ୍ର ,ପ୍ରଫୁଲ ତ୍ରିପାଠୀ ,ବି ସତ୍ୟମ ଆଚାରୀ , କପିଳ ଚନ୍ଦ୍ର ମହାନ୍ତି , କୈଳାସ ତ୍ରିପାଠୀ , ବାଲ୍ମୀକି ମହାପାତ୍ର ପ୍ରମୁଖ ଯୋଗଦାନ ଦେଇ ପୁସ୍ତକ ମେଳା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Read more

Local News