ନିଖିଳ ଓଡ଼ିଶା ଓକିଲ ସଂଘର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟନ ।

Share

ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ଆୟୋଜିତ “ନିଖିଳ ଓଡ଼ିଶା ଓକିଲ ସଂଘ”ର ୫୨ତମ ଦୁଇ ଦିନିଆ ବାର୍ଷିକ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିର୍ତୁଅଲ୍ ମାଧ୍ୟମରେ ଉଦଘାଟନ କରି ନିଖିଳ ଓଡ଼ିଶା ଓକିଲ ସଂଘ ପଦାଧିକାରୀ, କର୍ମକର୍ତ୍ତା ତଥା ଉପସ୍ଥିତ ଓକିଲ ତଥା ଆଇନ ସଙ୍ଗେ ଅତପ୍ରତଃ ଭାବେ ଜଡ଼ିତ ସମସ୍ତ ଆଇନଜ୍ଞ ମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍ସବକୁ ସମ୍ଭୋଦିତ କରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟ ଓକିଲ କଲ୍ୟାଣ ପାଣ୍ଠି ପାଇଁ ପୂର୍ବରୁ ରହିଥିବା ୫ କୋଟି ଅନୁଦାନ ଅର୍ଥ ରାଶିକୁ ୧୦ କୋଟିକୁ ବୃଦ୍ଧି କରିବା ଏବଂ ଶୂନ୍ୟ ଆୟକର ଦାତା ଓକିଲ ମାନଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ମାର୍ଟ୍ କାର୍ଡର ଅନ୍ତର୍ଭୁକ୍ତ କରିଥିବା ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଓକିଲ ସଂଘ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ। ଉକ୍ତ ଉତ୍ସବରେ ବହୁ ସୁନାମ ଧନ୍ୟ ସର୍ବୋଚ୍ଚ ତଥା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି, ବର୍ତ୍ତମାନର ବିଚାରପତି, ବହୁ ରାଜ୍ୟ ସଭା ସାଂସଦ, ଲୋକସଭା ସାଂସଦ, ରାଜ୍ୟ ଆଇନ, ଅର୍ଥ, ଜଙ୍ଗଲ ଓ ପରିବେଶ ତଥା ବହୁ ମନ୍ତ୍ରାଳୟ ମନ୍ତ୍ରୀଗଣ, ପୂର୍ବତନ ବିଧାୟକ, ବିଧାୟିକା ମାନେ ଉପସ୍ଥିତ ରହି ଦୁଇ ଦୁନିଆ ଉତ୍ସବର ପ୍ରଥମ ପ୍ରହରକୁ ଉତ୍ସବ ମୁଖର କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Read more

Local News