ଜାଣନ୍ତୁ ଗ୍ରୀନ ମଟର ଖାଇଲେ କଣ ସୁଫଳ ମିଳେ…

Share

ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ରହିଛି ପ୍ରୋଟିନ, କାର୍ବୋହାଇଡ୍ରେଟ୍ସ, ଫାଇବର, କ୍ୟାଲସିୟମ, ଆଇରନ୍ ଓ ଭିଟାମିନ୍ସ । ଯେଉଁମାନଙ୍କ ଶରୀରରେ ରକ୍ତ କମ୍ ଥାଏ ସେମାନେ ଗ୍ରୀନ୍ ମଟର ଖାଇବା ଭଲ କାରଣ ଗ୍ରୀନ ମଟର ଖାଇବା ଦ୍ୱାରା ରକ୍ତର ଅଭାବ ଦୂର ହୋଇଥାଏ । ଗ୍ରୀନ ମଟରରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି । ଯଦି ଆପଣ ଏହାକୁ କଞ୍ଚା ଖାଆନ୍ତି, ତେବେ ଆପଣଙ୍କୁ ପ୍ରଚୁର ପୋଟାସିୟମ୍, ଫାଇବର, ଭିଟାମିନ୍ ସି ଏବଂ ଫୋଲେଟ୍ ମିଳିବ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଗ୍ରୀନ ମଟରରେ ଫାଇବର ଥାଏ, ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ଯେଉଁ କାରଣରୁ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରନ୍ତି ନାହିଁ । ଗ୍ରୀନ୍ ମଟରରେ ପ୍ରଚୁର ପରିମାଣର ପୋଟାସିୟମ୍ ରହିଛି । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାର୍ଯ୍ୟ କରେ । ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ବୃଦ୍ଧାବସ୍ଥାରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୂରେଇ ରଖିଥାଏ । ଯାହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ରୋଗ ଆପଣଙ୍କୁ ଛୁଇଁ ନଥାଏ । ଆପଣ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେ ଶୀତ ଋତୁରେ ଥଣ୍ଡା, କାଶ ଏବଂ ଜ୍ୱର ହେବାର ଆଶଙ୍କା ଅଧିକ ଦେଖାଯାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ କଞ୍ଚା ମଟର ବା ଗ୍ରୀନ୍ ମଟର ଖାଆନ୍ତି, ତେବେ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍ ସି ମିଳିବ । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ ।

Read more

Local News