ଓଡ଼ିଶା ଦର୍ପଣର ୨ୟ ସ୍ୱନକ୍ଷତ୍ର ଦିବସ ଏବଂ ୱେବ୍ ପୋର୍ଟାଲ୍ ଉଦ୍‌ଘାଟିତ

Share

ବ୍ରହ୍ମପୁର: ଡିଜିଟାଲ୍ ମିଡ଼ିଆର ପ୍ରବେଶ ଯୋଗୁ ସଂପ୍ରତି ସମ୍ବାଦ ପରିବେଷଣ ସହଜ ହେବା ସହ ତତ୍‌କ୍ଷଣାତ୍ ଏହା ପ୍ରଶାସନ ସହ ଜନସାଧାରଣଙ୍କ ମଧ୍ୟରେ ଏକ ବ୍ରିଜ୍ ଭଳି ସଂଯୋଗ ସ୍ଥାପିତ ହୋଇପାରୁଛି । ତେଣୁ ପ୍ରମାଣ ବିହୀନ ସମ୍ବାଦ ପରିବେଷଣରୁ ସାମ୍ବାଦିକମାନେ ବିରତ ରହିବା ପାଇଁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି । ବ୍ରହ୍ମପୁର ରାଜସ୍ୱ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ପାକ୍ଷିକ ପତ୍ରିକା ‘ଓଡ଼ିଶା ଦର୍ପଣ’ର ୨ୟ ସ୍ୱନକ୍ଷତ୍ର ଦିବସ ଏବଂ ୱେବ୍‌ପୋର୍ଟାଲ୍‌ର ଶୁଭ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଓଡ଼ିଶା ଦର୍ପଣ’ ଓଡ଼ିଶା ଦର୍ପଣର ନ ହୋଇ ବିଶ୍ୱଦର୍ପଣ ଭାବେ ଜନତାର ସ୍ୱର ପ୍ରତିଫଳନ ହେଉ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଦର୍ପଣ ଉପଦେଷ୍ଟା ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବରିଷ୍ଠ ଆଇନଜୀବୀ ତଥା ଶ୍ରମିକ ନେତା ପୀତବାସ ପଣ୍ଡା, ମହାନ ସଂଘ ଅଧ୍ୟକ୍ଷ ସୁଶାନ୍ତ ସାବତ, କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ପର୍ଯ୍ୟଟନ ଭାରତ ପତ୍ରିକା ସଂପାଦକ ନାରାୟଣ ମହାଙ୍କୁଡ଼, ଅନୁପମ ଭାରତ ପ୍ରତିନିଧି ସୁଦୀପ୍ ସାହୁ, ବିଜୟ କୁମାର ବେହେରା ପ୍ରମୁଖ ନେତୃବୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ଏବଂ ସମ୍ବାଦ ପରିବେଷଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଓଡ଼ିଶା ଦର୍ପଣର ଦୀର୍ଘ ଜୀବନ କାମନା କରିଥିଲେ । ସମାବେଶର ଆରମ୍ଭରେ ପତ୍ରିକା ଏବଂ ପୋର୍ଟାଲର ସଂପାଦକ କୃଷ୍ଣଚନ୍ଦ୍ର ପାଳ ସଂପାଦକୀୟ ବିବରଣୀ ପଠନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ କୃତି ସାମ୍ବାଦିକ, ସାହିତ୍ୟିକ, ଡାକ୍ତର, ଶିକ୍ଷକ ପ୍ରଭୃତିଙ୍କୁ ‘ଓଡ଼ିଶା ଦର୍ପଣ’ ସମ୍ମାନରେ ସମ୍ମାନିତ କରିବା ସହ ଉପଢ଼ୌକନ, ମାନପତ୍ର ଫଳକ ପ୍ରଦାନ କରାଯାଇଥିଲା । ଆୟୋଜିତ ଉତ୍ସବକୁ କାର୍ତ୍ତିକ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ରଂଜିତା ପାତ୍ର ସହଯୋଗ କରିଥିଲେ । ରୁଦ୍ରରୂପା ବ୍ରହ୍ମା ଉଦ୍‌ଘାଟନୀ ଭଜନ ଗାନ କରିଥିଲେ । ସାମ୍ବାଦିକ ଅଭୟ ପାଢ଼ୀ, ଭୂନନ୍ଦନ କୃଷି ବିଶାରଦ, ପ୍ରଦୀପ କୁମାର କର, ଲଲାଟେନ୍ଦୁ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର, ସଂଜୟ ଦାଶ, ଧର୍ମେନ୍ଦ୍ର ରାଉଳ, ସୁରେଶ ବେହେରା, ଜଗନ୍ନାଥ ସାହୁ, ସୀତାକାନ୍ତ ପାତ୍ର, ବାଳକୃଷ୍ଣ ସାହୁ, ଲୋକନାଥ ମହାରଣା, ରଜନୀକାନ୍ତ କର, ସୁମିତ୍ ପଟ୍ଟନାୟକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

Read more

Local News