ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଲା । ବିଜେଡିର ଦାମଙ୍କ ପ୍ରତି ପ୍ରେମ ହଟାଇଦେଲେ ବହିଷ୍କାର ଆଦେଶ । ଏଠାରେ ସୂଚନାଯୋଗ୍ୟ, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଦାମ ରାଉତଙ୍କ ବିଜେଡିରୁ ବହିଷ୍କାର କରାଯାଇଥିଲା। ବିଜେଡିରୁ ବହିଷ୍କୃତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ଏବଂ ସେହି ବର୍ଷ ଅକ୍ଟୋବରରେ ଦଳରୁ ଇସ୍ତଫା ଦେଇଥିଲେ। ଆଗକୁ ନିର୍ବାଚନ ରହିଥିବା ବେଳେ ଏହି ସମୟରେ ଦାମଙ୍କ ଉପରୁ ବହିଷ୍କାର ହଟାଇବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିବା ସହ ଆଶଙ୍କା ପୁଣି ବିଜେଡ଼ ସୁପ୍ରିମୋ କୁଆଡେ ଦାମଙ୍କୁ ଦଳକୁ ସ୍ୱାଗତ କରିବେ ବୋଲି । ଏ ବିଜେଡିର ଦାମଙ୍କ ପ୍ରତି ପ୍ରେମ ନା ଡର।