ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ

Share

ବ୍ରହ୍ମପୁର: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇ ୩୫ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଦଶରଥପୁର ପଞ୍ଚାୟତ ପାଟଣା ଗାଁର ୬୫ ଜଣ ଲୋକ ଏକ ବସରେ ଗଞ୍ଜାମର ତପ୍ତପାଣି, ଗଜପତି ଜିଲ୍ଲା ଜିରାଙ୍ଗ ଖସଡ଼ା ଦେଇ ଗାଁକୁ ଫେରୁଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡ଼ିଥିଲା । ଖବର ପାଇ ପୋଡ଼ାମାରି ଫାଣ୍ଡି ଅଧିକାରୀ, ମୋହନା ଅଗ୍ନିଶମ ବାହିନୀ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ, ମୋହନା ଥାନା ଅଧିକାରୀ ପାଟପୁର ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର ୫ ଟି ୧୦୮ ଆମ୍ବୁଲାନ୍ସ ଓ ୨ ଟି ଅଗ୍ନିଶମ ବାହୀନି ଗାଡ଼ି ରେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।

Read more

Local News