ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ୨୦୨୪ ଇଂରେଜୀ ନବବର୍ଷ ପାଳିତ ହୋଇଯାଇଛି ।

Share

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ଥାନୀୟ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ୨୦୨୪ ଇଂରେଜୀ ନବବର୍ଷ ପହିଲାରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିବାପାଇଁ ଭୋର ୫ଟାରୁ ରାତି ୯ଟା ଯାଏ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ବିଶେଷତଃ ଚତୁର୍ଦ୍ଧା ମୂର୍ତ୍ତି ମହାପ୍ରଭୁ ମାନଙ୍କର ପୁଷ୍ପ ରଜତ ବେଶ ଦର୍ଶନ, ଭୋଗ ସମର୍ପଣ, ପରିବାର ପରିଜନଙ୍କ ଶୁଭକାମନା ପ୍ରାର୍ଥନା, ଆଳତି ଦର୍ଶନ ପାଇଁ ଆବାଳ ବୃଦ୍ଧ ବନିତାଙ୍କ ସମାଗମ ଉଲ୍ଲେଖଯୋଗ୍ୟ ହୋଇଥିଲା।ଶ୍ରୀମନ୍ଦିର ପ୍ରଶାସନ ସେବା ପକ୍ଷରୁ ମୁଖ୍ୟ ପୂଜକ ଓ ପରିଚାଳକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଏହାର ସୁସଂପାଦନ କରିଥିଲେ ।

Read more

Local News