ଡୁରା ସ୍ନାତକ ମହାବିଦ୍ୟାଳୟରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ।

Share

ଓଡିଶା ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ କ୍ରୀଡା,ସଂସୁକୁତିକ ଓ ସାମାଜିକ କାଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଅବସରରେ କଲେଜରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉଦଯାପିତ କାଯ୍ୟକ୍ରମରେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ସୁମଧୁର ସଙ୍ଗୀତରେ ଛାତ୍ର ଛାତ୍ରୀ ମାନଙ୍କୁ ଆନନ୍ଦିତ କରିଥିଲେ ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷ ଡ଼ଃ ମିନକି ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତୀତ୍ୱ କରିଥିଲେ। ଏହି କାଯ୍ୟକ୍ରମରେ ନୋଡାଲ ଅଫିସର ଭାବେ ଶ୍ରୀମତୀ ଅର୍ଚ୍ଚନା ପାଣିଗ୍ରାହୀ,ଡ଼ଃ ଉଷା ରାଣୀ ବ୍ରହ୍ମା,ସବିତା ସାହୁ,ସୁରେଶ କୁମାର ସାମନ୍ଥରା,ବି ଜଗଦୀଶ କୁମାର,ନମିତା ପଟ୍ଟନାୟକ,ସସ୍ମିତା ସାବତ,ସୁନିତା ବେହେରା,ଲିଜା ଜୟସିଂହ,ଗଣେଶ ଚନ୍ଦ୍ର ସାହୁ,ପ୍ରଶାନ୍ତି ଦୋରା,କୃତିବାସ ପ୍ରଧାନ,ସନ୍ତୋଷ ଦଳାଇ,ଗିରିଧାରୀ ମହାପାତ୍ର,ସିଲିଦେବୀ ପ୍ରଧାନ,ମୌସୁମୀ ମିଶ୍ର,ସଚଳା ମହାରଣା,ଉମାକାନ୍ତ ପାଢ଼ୀ,ସପ୍ନା ମଣ୍ଡଳ,ଓ ଅନିଲ ସେଠୀ ସକ୍ରିୟା ଭାବେ ଅଂଶ ଗ୍ରହଣ କରିଥିଲେ । ଡୁରା ଗ୍ରାମ ପଞ୍ଚାୟତର ପ୍ରମୁଖ ଶିକ୍ଷାବିତ ପ୍ରଫେସର ଭାଗବତ ପାତ୍ର ଓ ସମାଜସେବୀ ତୁଫାନ ଦଳାଇ,ଗାୟତ୍ରୀ ଦଳାଇ ଓ ସୁବାସ ପାତ୍ର ପ୍ରମୁଖ ରକ୍ତ ଦାନ ଶିବିରରେ ଯୋଗଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Read more

Local News