ସିଆରଏଆଇର ଶାଖା କାର୍ଯ୍ୟାଳୟ ଉଦଘାଟନ କଲେ ଚନ୍ଦ୍ରଗିରି ଆଇଆଇସି।

Share

ଆର,ଉଦୟଗିରି: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମଠାରେ କ୍ରାଇମ୍ଏ ରିସର୍ଚ୍ଚ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଅଫ ଇଣ୍ଡିଆ ପକ୍ଷରୁ ଓଡିଶାର ଶାଖା କାର୍ଯ୍ୟାଳୟ ଚନ୍ଦ୍ରଗିରି ଠାରେ ଉଦ୍ଘାଟନ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଯୋଗଦେଇ ଉକ୍ତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଫରେଷ୍ଟ ଗାର୍ଡ଼ ସନ୍ତାଷ କୁମାର ରଥ, ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ଜୟକୃଷ୍ଣ ସେଠି, ମୋହନା ଥାନା ଏସଆଇ ପ୍ରତାପ ବେହେରା ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ କ୍ରାଇମ୍ଏ ରିସର୍ଚ୍ଚ ଇନ୍‌ଭେଷ୍ଟି ଗେସନ୍‌ ଏଜେନ୍‌ସି ଅଫ ଇଣ୍ଡିଆର ଓଡିଶା ଇନ୍‌ଚାର୍ଜ ସୁକାନ୍ତ କୁମାର ରଥ । ରାଜ୍ୟରୁ କିଭଳି ସାଇବର ଠକେଇ ଓ ଅନ୍ୟାନ୍ୟ ଅନଲାଇନ ଠକେଇକୁ ମୂଳ ପୋଛ କରାଯାଇପାରିବ ସେ ଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର ବୋଲି ଶ୍ରୀ ରଥ କହିଥିଲେ । ସଚେତନତାକୁ ବ୍ୟାପକ କରିବା ପାଇଁ ଆବଶ୍ୟକତା ରହିଛି ବୋଲି କହି ବିଦାୟ ନେବା ପରେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଆଡ଼ଭୋକେଟ୍ ଦୁର୍ଯ୍ୟୋଧନ କରଡ଼ ।

Read more

Local News