ମହାପ୍ରଭୁଙ୍କ ପାଇଁ ଆସିଲା ଅଯୋଧ୍ୟାରୁ ନିମନ୍ତ୍ରଣ ପତ୍ର…

Share

ମହାପ୍ରଭୁଙ୍କ ପାଇଁ ଆସିଲା ଅଯୋଧ୍ୟାରୁ ନିମନ୍ତ୍ରଣ ପତ୍ର । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଯୋଧ୍ୟା ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି । ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କୁ ସପରିବାର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ତଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଛି । ପ୍ରତ୍ୟେକ ଓଡ଼ିଆ ଯେପରି ପ୍ରତିଷ୍ଠା ଉତ୍ସବ ଦିନ ଶୁଦ୍ଧପୂତ ଭାବରେ ଦିନ କାଟିବେ, ନିକଟସ୍ଥ ମନ୍ଦିରରେ କିପରି ସୁନ୍ଦରା କାଣ୍ଡ, ହନୁମାନ ଚାଳିଶା କରିବେ ଏବଂ ୫ଟି ଲେଖାଏଁ ଦୀପ ଜାଳିବେ ସେନେଇ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଯେପରି ଶ୍ରୀରାମ ବନବାସ ସାରି ଫେରିବା ବେଳେ ଦୀପାବଳୀ ମନା ଯାଇଥିଲା ସେଭଳି ପ୍ରତ୍ୟେକ ସନାତନୀ ଏହି ଦିନକୁ ଉତ୍ସବ ମୁଖର କରିବା ପାଇଁ ଅନୁରୋଧ କରାଯାଇଛି ।

Read more

Local News