ସଭାପତି ସ୍ଵର୍ଗତ ସଦାନନ୍ଦ ପାଣିଗ୍ରାହୀଙ୍କ ବାର୍ଷିକ ଉତ୍ସବ ପାଳିତ l

Share

ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡ଼ି ଗ୍ରାମରେ ଅବସ୍ଥାପିତ ମାଁ ଭୌରବିଙ୍କ ଶକ୍ତିପୀଠ l ପ୍ରତ୍ୟେକ ଦିନ ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ଏହି ପୀଠରେ l ବହୁ ଦୁରଦୂରାନ୍ତରୁ ତଥା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ପ୍ରତିଦିନ ଆସିଥାନ୍ତି ମାଁ ଙ୍କ ଦର୍ଶନ ଲାଗି l ପ୍ରତ୍ୟେକ ଦିନ ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଥଏ l ଆଜି ମାଁ ଙ୍କ ପହଲି ଭୋଗ ସାଙ୍ଗକୁ ପୂର୍ବତନ ମନ୍ଦିର ପରିଚାଳନା ସଭାପତି ସ୍ଵର୍ଗତ ସଦାନନ୍ଦ ପାଣିଗ୍ରାହୀଙ୍କ ବାର୍ଷିକ ଉତ୍ସବ ଲାଗି ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସମ୍ପୂର୍ଣ୍ଣ ମାଗଣାରେ ଖାଇବାକୁ ଦିଆଯାଇଥିଲା l ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ ଓ 108 ମନ୍ଦିର ଦର୍ଶନ ଓ ଜଗନ୍ନାଥଙ୍କ ଦର୍ଶନ କରି ପରିବେଶର ମଜା ନେଉଥିଲେ l

Read more

Local News