ବାର୍ଦ୍ଧକ୍ୟ ଭତ୍ତା ପାଇଁ ହନ୍ତସନ୍ତ ବୁଢ଼ୀ ମାଁ:ସରପଞ୍ଚ ପାଖରେ ଗୁହାରି l

Share

ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନରେ ଥିବା ଅନ୍ତରବାଟିଆ ଗାଁରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୁଢ଼ୀ ମାଁ ଟି ହନ୍ତ ସନ୍ତ, ଲଳିତା ଦାସ ସ୍ୱାମୀ, ଦାଶରଥି ଦାସ ବୁଢ଼ୀ ମା ଜଣକ ସ୍ଥାନୀୟ ସରପଞ୍ଚ ନମିତା କୁମାରୀ ମାହାଙ୍କୁଡ଼ଙ୍କ ପାଖରେ ଅଭିଯୋଗ କରିଥିଲେ l ସେ ସରପଞ୍ଚଙ୍କୁ କହିଥିଲେ ମୁଁ ସବୁ ଡକୁମେଣ୍ଟ ବ୍ଲକରେ ଦେଇଛି l ଅନ୍ୟପକ୍ଷେରେ ସରକାରଙ୍କ ବହୁ ମାଳ ମାଳ ଯୋଜନା ବାହାରିଲେ ମଧ୍ୟ୍ୟ କୌଣସି ସୁଫଳ ହେଉନାହିଁ l ପ୍ରତ୍ୟେକ ଗ୍ରାମରେ କିଛି ନା କିଛି ସମସ୍ୟା ଲାଗି ରହିଛି, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣ ମହଲରେ ଚର୍ଚ୍ଚା ପାଲଟିଛି l ଅପର ପକ୍ଷରେ ବୟସ୍କ ଲୋକ ମାନଙ୍କର କାହାର ଵାର୍ଦ୍ଧିକ ଭତ୍ତା ତ କାହାର, ମୋ ଘର ଯୋଜନା, ଆଉ କାହାର, ଇନ୍ଦ୍ର ଆବାସ ଯୋଜନା ମିଳୁନାହିଁ, l କୌଣସି ଭି ସୁଫଳ ହୋଉନାହିଁ ବୋଲି ସ୍ଥାନୀୟ ଲୋକେ ଦର୍ଶାଇଥିଲେ ଓ ଅପର ପକ୍ଷରେ କିଛି ଲୋକ ମାନେ ଏ ଅଫିସ ସେ ଅଫିସ ଦୌଡ଼ି ଦୌଡ଼ି ଚପଲ ସରିଗଲାଣି କିନ୍ତୁ କୌଣସି ପ୍ରକାର କାର୍ଯ୍ୟ ହେଉନାହିଁ, l ବର୍ଷ ବର୍ଷ ସଂଖ୍ୟା ଲୋକେ ହଇରାଣ ହେଇ ଆସୁଛନ୍ତି l ବର୍ତ୍ତମାନ ଏ ଦୁଃଖୀ ବୁଢ଼ୀ ମା ଙ୍କୁ କେବେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ତାହା ଦେଖିବାକୁ ବାକିରହିଲା l ଲୋକଙ୍କ ଆଶା ସରପଞ୍ଚ କଥା ରଖିବେ l

Read more

Local News