ପୁରୀ:ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଯାତ୍ରୀ ଗାଡ଼ି ପାର୍କିଂ ସ୍ଥାନ ଏବଂ ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମଗାର, ଶୌଚାଳୟର ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ସୁରକ୍ଷା ବ୍ୟବସ୍ଥା। ପୁରୀକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ। ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସିସିଟିଭି ବଳୟରେ ରହିବ ପୁରୀ ସହର। ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଅନ୍ୟପଟେ ୧୨ରୁ ଶ୍ରୀସେତୁ ସ୍ୱାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।୧୧ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ କାମ ହସ୍ତାନ୍ତର କରାଯିବ। ଏଥିସହ ନିମନ୍ତ୍ରିତ ଅତିଥି କିଭଳି ରହିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ କରିବେ ବୋଲି ମୁଖ୍ୟ ଶ।ସନ ସଚିବ କହିଛନ୍ତି।