ଆଜିଠୁ ବନ୍ଦ ହେଲା ଭିତରକନିକା…

Share

ଭୁବନେଶ୍ୱର:ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି କି ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହେଲା। ସାଧାରଣ ପର୍ଯ୍ୟଟକମାନେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବୁଲି ଦେଖିପାରିବେ ନାହିଁ। କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ବିଶେଷ କରି ବିଭିନ୍ନ ଗ୍ରୁପରେ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ବୋଟ୍ ଓ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଇଛନ୍ତି ବିଭାଗୀୟ ଅଧିକାରୀ। ପକ୍ଷୀ ଗଣନା ଓ ବଉଳା କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ପର୍ଯ୍ୟଟକଙ୍କ ଗମନାଗମନ ଉପରେ କଟକଣା ଲଗାଯାଇଛି। ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ ୧୦,୧୧,୧୨ ତାରିଖ ୩ ଦିନ କୁମ୍ଭୀର ଗଣନା କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ବିଶେଷକରି, ରାଜନଗର , ଗହିରମଥା, କନିଆ , ମହାକାଳପଡା ସମେତ ନଦୀନାଳ ଓ ହ୍ରଦ ଗୁ଼ଡିକରେ ବି ଗଣନା କରାଯିବ। ତେବେ କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଏବଂ ବିଶେଷଜ୍ଞ ଦଳ ସାମିଲ ହେବେ।  ଏଥିପାଇଁ ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଆଉ ଏହା ପରେ ଗଣନା କରାଯିବ । ଆଉ ୧୩ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପୁନଃ ଖୋଲିବ। ସେହିପରି, ଚିଲିକାରେ ଗତକାଲି ଆରମ୍ଭ ହୋଇଥିବା ପକ୍ଷୀ ଗଣନା ଆଜି ଶେଷ ହୋଇଛି। ଚିଲିକାରେ ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଥିବା ଜଣା ପଡିଛି ।

Read more

Local News