ସମ୍ବଲପୁର ଜିଲ୍ଲାର ବିଜେଡି ଉପଦେଷ୍ଟା ପଦରୁ ପ୍ରମୋଦ ରଥ ବହିଷ୍କାର ନେଇ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣା ପଡିଛି କିନ୍ତୁ ଏ ବାବଦରେ ପ୍ରମୋଦ ରଥ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପାଖକୁ କୌଣସି ନିର୍ଦେଶ ଆସିନଥିବା କହିଛନ୍ତି ଏବଂ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ତାଙ୍କର ମତ ରହିଥିଲା |କେନ୍ଦ୍ର ସରକାର ବାରମ୍ବାର ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପାଇଁ ଚିଠି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇ ପାରି ନାହାନ୍ତି। ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କଣ ସତ୍ୟ କହିବା ଅପରାଧ ? ସେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟି ରୁ ଏଭଳି ଅପରାଧ ବାରମ୍ବାର କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି।