୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉତ୍ସବ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Share

ବାଲିଗୁଡା:୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ଯକ୍ଷତାରେ ବୈଠକଟି ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଚଳିତ ବର୍ଷର ସଂଶୋଧୂତ ଭୋଟର ତାଲିକା ସମସ୍ତ ରାଜନୈତିକ ଦଳଙ୍କ ଉପସ୍ଥିତିରେ ଉନ୍ମଚିତ କରାଯାଇଥିଲା।ସେଥିରେ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଡେପୁଟି ଜିଲ୍ଲାପାଳ,ବାଲିଗୁଡ଼ା ବିଡ଼ିଓ, ତହସିଲଦାର, ଆଇ ଆଇ ସି ବାଲିଗୁଡା, ରେଞ୍ଜର, ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ତଥା ଶିକ୍ଷୟିତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ ଗଣମାଧ୍ଯମ ସଦସ୍ୟ ଯୋଗ ଦେଇଥିଲେ । ଉପଖଣ୍ଡ ଲୋକ ସୂଚନା ଅଧୂକାରୀ ପ୍ରହଲ୍ଲାଦ ଖୋସଲା ଜିଲ୍ଲାପାଳ ସଭା ପରିଚାଳନା କରିଥିଲେ । ପୂର୍ବ ବର୍ଷର ବିବରଣୀ ପାଠ କରାଯାଇ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳା ରେ ଯେପରି ପାଳନ ହେବ ସେ ବିଷୟରେ ଆଲୋଚନା କରି । ଶେଷରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣେଇ ସଭା ଶେଷ କରାଯାଇଥିଲା।

Read more

Local News