ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗାଁ ଗ୍ରାମର କାହ୍ନl ସାହୁ ନାମକ ଏକ ଯୁବକଙ୍କ ମୃତ୍ୟ ହୋଇଛି । ବ୍ରହ୍ମପୁର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର୍ ୪ ରେଳ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିଲେ। ଏହି ଅପମୃତ୍ୟୁ ଖବର ପାଇ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଭାରତୀ ନାୟକ, ପୁର୍ବତନ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର, ସ୍ଥାନୀୟ ବିଜେଡି ନେତୃବୃନ୍ଦ ତଥା ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ କର୍ମୀ ମାନଙ୍କୁ ସାଙ୍ଗରେ ନେଇ ମୃତକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସାହାର୍ଯ୍ୟର ହାତବଢ଼ାଇବା ସହିତ ଆଗାମୀ ଦିନରେ ସର୍ବ ଆବଶ୍ୟକୀୟ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ।
