ଅଧ୍ୟାତ୍ମିକ ପତ୍ରିକା ‘ବଂଶୀବଟ’ର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Share

ବ୍ରହ୍ମପୁର: ଅଧ୍ୟାତ୍ମିକ ପତ୍ରିକା ‘ବଂଶୀବଟ’ର ଅଷ୍ଟାଦଶ ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ, ପତ୍ରିକା ଉନ୍ମୋଚନ, ପୁସ୍ତକ ଉନ୍ମୋଚନ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ଘ. ୯.୩୦ମି.ରେ ପ୍ରାରମ୍ଭିକ ସଂଗୀତ ତଥା ଭକ୍ତି ସଂଗୀତର ନୈବେଦ୍ୟ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ଳୋକ ସହ ଶଙ୍ଖନାଦ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ପବିତ୍ର କାରୁଣିକ ସ୍ଵାମୀ ରାମଶରଣାନନ୍ଦ ସରସ୍ୱତୀ ମହାରାଜ, ଦିବ୍ୟଜୀବନ ସଂଘ, ପୁରୀ । ଉଦଘାଟନ ସହ ମହାରାଜ ଆଧ୍ୟାତ୍ମିକ ସାହିତ୍ୟ ଆଲୋଚନାଚକ୍ରର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ଆଲୋଚନାଚକ୍ରର ମୁଖ୍ୟ ବିଷୟ ଥିଲା ଭକ୍ତିଯୋଗ । ସ୍ଵାମୀ ରାମଶରଣାନନ୍ଦ ସରସ୍ୱତୀ ମହାରାଜ ଭକ୍ତିଯୋଗ କାହାକୁ କୁହାଯାଏ ଓ ଏଥିରେ କ’ଣ କ’ଣ ବିଷୟ ସନ୍ନିହିତ ତା’କୁ ଉଲ୍ଲେଖ କରି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଆଧ୍ୟାତ୍ମିକ କଥାବସ୍ତୁ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ପଣ୍ଡା, ବିଶିଷ୍ଟ ଭାଗବତ କଥାକାର, ଛତ୍ରପୁର ଅଭିଯୋଗ ଉପରେ ପ୍ରାଞ୍ଜଳ ଭାବେ ଭକ୍ତମାନଙ୍କୁ ବୁଝାଇବା ସହ ପ୍ରଭୁ ଶ୍ରୀରାମଙ୍କ ପ୍ରଜାବତ୍ସଳ କଥା ଉଲ୍ଲେଖ କରିଥିଲେ । ମୁଖ୍ୟ ବକ୍ତା ପ୍ରବକ୍ତା ସୁଶ୍ରୀ ରଞ୍ଜିତା ପ୍ରିୟଭାଷିଣୀ ରାମାୟଣ କଥାବସ୍ତୁକୁ ଦୋହା ମାଧ୍ୟମରେ ଅତି ସୁନ୍ଦର ଭାଷାରେ ବୁଝାଇ ଭକ୍ତର ହୃଦୟକୁ ସ୍ପର୍ଶ କରିପାରିଥିଲେ । ସମ୍ମାନିତ ଅତିଥୁ ପ୍ରଧାନଶିକ୍ଷକ ତଥା ଓଷ୍ଠା, ଗଂଜାମର ସାଧାରଣ ସଂପାଦକ ବିଜୟ କୁମାର ବେହେରା କହିଥିଲେ ବର୍ତ୍ତମାନ ଯୁଗରେ ରାମାୟଣ ଓ ଶ୍ରୀରାମଙ୍କ କ‌ଥାବସ୍ତୁର ଯଥେଷ୍ଟ ଆବଶ୍ୟକତା ରହିଛି । ଏହାକୁ ସମସ୍ତେ ହୃଦବୋଧ କରିବା ଆବଶ୍ୟକତା ରହିଛି । ତତ୍ ସଂଗେ ସଂଗେ ବଂଶୀବଟ ଆଧାମ୍ବିକ ପତ୍ରିକା ଓଡ଼ିଶା ଓ ବାହାର ରାଜ୍ୟରେ ଏକ ଆଧ୍ୟାତ୍ମିକତାର ତରଙ୍ଗ ସୃଷ୍ଟି କରିବାରେ ସ‌ହାୟକ ହୋଇପାରିଛି । ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ନୟାଗଡ଼ର ଗୋଦାବରୀଶ ମିଶ୍ର ପ୍ରଧାନ ଶିକ୍ଷକ କହିଥିଲେ ପୌରାଣିକ କଥାବସ୍ତୁ ହିଁ ସମାଜରେ ଆଦର୍ଶ ଭାବନା ଓ ଚିନ୍ତାଧାରାକୁ ସୃଷ୍ଟି କରିପାରିବ । ଏହି ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପଣ୍ଡିତ ଅନୁଦା ତ୍ରିପାଠୀ, ସଭାମୁଖ୍ୟ ଓ ସଭାପତି ସଭା ପରିଚାଳନା କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିପାରିଥିଲେ । ଏଥିରେ ଉପସଭାପତି ରଂଜନ କୁମାର ସାହୁ, ସଂପାଦକ ପ୍ରଫୁଲ୍ଲ କୁମାର ପାତ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ସାହୁ, ସଂଗଠନ ସଂପାଦକ ବିଜୟ କୁମାର ପାଢ଼ୀ ଓ ଅନ୍ନଦା ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ସୁଶ୍ରୀ ସୁଚେତା ପାଣିଗ୍ରାହୀ, ସ୍ୱର୍ଣ୍ଣମୟୀ ପାଢ଼ୀ, ପ୍ରେମଶୀଳା ନନ୍ଦ, ଅଜିତ କୁମାର ତ୍ରିପାଠୀ, ଅନିଲ କୁମାର ବସ୍ତିଆ, ଚିତ୍ରସେନ ଦଳେଇ ଏବଂ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଉଦୟନାଥ ପଣ୍ଡା, ଗୋପାଳକୃଷ୍ଣ ପଣ୍ଡା, ପ୍ରଫେସର ଡ. ସନ୍ତୋଷ କୁମାର ଦାଶ, ମୃତ୍ୟୁଞ୍ଜୟ ତ୍ରିପାଠୀ, ମଳୟ କୁମାର ସେଠୀ, ବଂଶୀବଟ ବାର୍ଷିକ ଉତ୍ସବରେ ସହଯୋଗ ପ୍ରଦାନ କରିଥିଲେ । ବଂଶୀବଟର ସମ୍ପାଦକ ବୃନ୍ଦାବନ ସାହୁ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ । ଏଥିରେ ଓଡ଼ିଶାର ମୁଖ୍ୟ ସାହିତ୍ୟକାର କଥାକାର, ପ୍ରବକ୍ତା ଓ ପ୍ରତିଭାମାନଙ୍କୁ ସମ୍ବନ୍ଧିତ କରିଥିଲେ । ଉଦୟନାଥ ପଣ୍ଡା, ଯଜ୍ଞଦର ସାମନ୍ତରାୟ, ଗୋଦାବରୀଶ ମିଶ୍ର, ଲଳିତମୋହନ ମିଶ୍ର, ମୋହନ ଚରଣ ବିଶି, ଡ. ଶ୍ରୀଚନନ୍ଦ ମହାପାତ୍ର, ଶ୍ରୀରଙ୍ଗ ନାୟକଙ୍କୁ ସମ୍ବନ୍ଧିତ କରାଯାଇଥିଲା ।

Read more

Local News