ରଣ୍ଢାର ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବିଶାଳ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ l

Share

ଗଞ୍ଜାମ ଜିଲ୍କା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ଗ୍ରାମରେ ଗାୟତ୍ରୀ ପରିବାରୁ ପକ୍ଷରୁ ୧୧ କୁଣ୍ଡିଓ ବିଶାଳ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା l ରଣ୍ଢା ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ରଣ୍ଢା ଗାୟତ୍ରୀ ପରିବାର ମିଳିତ ଉଦ୍ୟମରେ ଏହି ବିରାଟ କାଯ୍ୟକ୍ରମର ଆୟୋଜନ ହୋଇଥିଲା l ସକାଳୁ ଅଞ୍ଚଳର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇଥିଲା l ପରେ ପବିତ୍ର ଜଳ ଛିଞ୍ଚନ କରି ଯଜ୍ଞ ଆରମ୍ଭ କରାଯାଇଥିଲା l ଏଥିରେ ବିଶ୍ୱ ଗାୟତ୍ରୀ ପରିବାର (ରମ୍ଭା)ର ସଦସ୍ୟ ଗୁରୁ ଗୋକୁକ ଚନ୍ଦ୍ର ନାହାକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା l ଗୁରୁ ଗୋକୁଳ ଚନ୍ଦ୍ର ନାହାକ ଓ ରଣ୍ଢା ଗାୟତ୍ରୀ ପରିବାରର ମୁଖ୍ୟ ପରିଚାଳିକ ଶମ୍ଭୁ କୌଳାଶ ପାଣିଗ୍ରାହୀ ଉଭୟେ ବ୍ୟାସ ଆସନ ଗ୍ରହଣ କରି ପ୍ରାରମ୍ବରେ ମାତା ଗାୟତ୍ରୀଙ୍କ ମନ୍ତ୍ର ଗାନ କରି ଯଜ୍ଞ ଆରମ୍ଭ କରିଥିଲେ l ସନ୍ଧ୍ୟା ଆଳତୀ ସାଙ୍ଗକୁ ଦୀପ ଯଜ୍ଞ ମଧ୍ୟ କରାଯାଇଥିଲା l ଏହି କାଯ୍ୟକ୍ରମରେ ଜଗନ୍ନାଥ ସାହୁ,ସାଇ କ୍ରିଷ୍ଣା ସାହୁ,ଲଳିତ ପାତ୍ର,ବିଜୟ ପାତ୍ର,ସୁଦୀର ସାହୁ,ଉଦୟ ସାହୁ,ସାଇବ ନାହାକ,ନାରାୟଣ କର,ବାବୁ ପାତ୍ର,ପାପାରାଓ,ସାହେବ ପାଢ଼ୀ ବୁଲୁ ପାଢ଼ୀ ,ଶିବରାମ ପାତ୍ର,ତପନ,ଈଶ୍ୱର ପାତ୍ର ଯୋଗଦେଇ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମର କିଛି ଯୁବକ ସହଯୋଗ କରିଥିଲେ l

Read more

Local News