ବ୍ରହ୍ମପୁର,:-ଏ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଅତିରିକ୍ତ ଉପଜିଲ୍ଲାପାଳ ଡ଼ ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ବାଇଁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ lସାଧାରଣତନ୍ତ୍ର ଦିବସ ଦିନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହରରେ ରାମଧୁନ ପରିବେଷଣ କରାଯିବ ବୋଲି ନିର୍ଧାରିତ ହୋଇଛି l ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ଘଣ୍ଟା ରେ ପତାକା ଉତ୍ତୋଳନ ଓ ସକାଳ ଘ ୮.୩୦ମି଼ ସମୟରେ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ l ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ନ ୩ଘଣ୍ଟା ଏବଂ ୨୪ ତାରିଖ ସକାଳ ୮ଘଣ୍ଟା ସମୟରେ ଅଭ୍ୟାସ କରାଯିବା କୁହାଯାଇଛି l ଆସନ୍ତା ୧୨,୧୩ ଓ ୧୪ ତାରିଖରେ ଚିତ୍ରାଙ୍କନ,ବକ୍ତୃତା ଓ ରଚନା ପ୍ରତିଯୋଗିତା ସକାଳ ୮ଘଣ୍ଟା ସମୟରେ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ କୋର୍ଟପେଟା ଠାରେ ଆୟୋଜିତ ହେବ l ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ,ରବୀନ୍ଦ୍ର ସାହୁ ଓ ମମତା ମହାନ୍ତି ସହଯୋଗ କରିଥିଲେ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପରିଚାଳନା କରିଥିଲେ l