ପୋଲସରା:ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଅଞ୍ଚଳରେ ତାଙ୍କ ଉର୍ନତି ମୂଳକ କାର୍ଯ୍ୟକଳାପରୁ ବହୁ ଚର୍ଚ୍ଚିତ ହୋଇରହିଛନ୍ତି । କୁଆଡେ ଶୁଣିବାକୁ ମିଳୁଛି ସେ ବହୁତ ଗରିବ ଅସହାୟଙ୍କୁ ତାଙ୍କ ଅଞ୍ଚଳରେ ସହାୟତାର ହାତ ବଢ଼ାଇ ପ୍ରଶଂସାର ପାତ୍ର ହୋଇଛନ୍ତି ।ଆଜି ପୋଲସରା ଏନ୍.ଏ.ସି ୯ ନଂ ୱାର୍ଡ଼ର ଓଡ଼ିଆ ସାହି ଠାରେ ନୂଆଁବର୍ଷ ଉପଲକ୍ଷେ ଶ୍ରୀ ଶ୍ରୀ ବଡ଼ରାଉଳ ନାଟ୍ୟ ସଂସଦର ପ୍ରଥମ ଅବଦାନରେ “ସରୁନି ଗପକି ସରୁନି ପାପ” ଶ୍ରେଷ୍ଠ ସାମାଜିକ ନାଟକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।