କଟକ:କଟକ ସ୍ଥିତ ରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟଳୟରେ ନବ ନିର୍ବାଚିତ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏବଂ ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ଉପସ୍ଥିତିରେ, ବରିଷ୍ଟ ଆଇନଜୀବୀ ଦେବୀ ପ୍ରସାଦ ଧଳ, ପ୍ରସନ୍ନ ପାଢ଼ୀ, ବିଭୁ ପ୍ରସାଦ ତ୍ରୀପାଠୀ, ମାନସ ଚାନ୍ଦ, ଅରୂପା ଦାସ, ଏଲ. ଏନ୍. ପଟେଲ, ଧନଞ୍ଜୟ ମୁଣ୍ଡ, ସଂଜିତ କୁମାର ପାଣିଗ୍ରାହି, ନୃସିଂହ ନାୟକ, ତପନ କୁମାର ବିଶ୍ଵାଳ, ପି.ରମେଶ ପାତ୍ର, ଅକ୍ଷୟ କୁମାର ପତି, ବହୁ ବରିଷ୍ଟ ଆଇନଜୀବୀ ସଭ୍ୟ, ସଭ୍ୟା ତଥା ବିଶିଷ୍ଟ ଆଇନଜ୍ଞ ମାନେ କାର୍ଯ୍ୟଭାର ଗ୍ରହଣ କରିଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ସହ ଅଭିନନ୍ଦନ ଜଣାଇ ଆଗାମୀ ଦିନରେ ନୂତନ ପଦାଧିକାରୀଙ୍କୁ ସମସ୍ତଙ୍କ ତରଫରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ମତବ୍ୟକ୍ତ କରିଥିଲେ।