ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ବୈଷୟିକ ବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ” ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା, ଗଞ୍ଜାମ-୨୦୨୪” କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଜିଲ୍ଲା ନିର୍ବାହୀ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଭି. କିର୍ତ୍ତୀଭାସନ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବହୁ ସ୍ଵଂୟ ସହାୟିକା ସଦସ୍ୟା ବୃନ୍ଦ, ବହୁ ଆଞ୍ଚଳିକ କୃଷି ବିଭାଗ ପଦାଧିକାରୀ, କର୍ମଚାରୀ ବୃନ୍ଦ, ବିଜେଡି ନେତୃବୃ୍ଦ ତଥା ଚାଷୀ ଭାଇ ମାନଙ୍କ ଗହଣରେ ଯୋଗଦେଇ, ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଣୋଦିତ ଏହି ମେଳା ଦ୍ଵାରା ଚାଷୀ ଭାଇ ମାନେ ରିହାତି ତଥା ବହୁ ସ୍ୱଳ୍ପ ଦରରେ କୃଷି ଯନ୍ତ୍ରପାତି ପାଇ ଚାଷ ପ୍ରଣାଳୀ ତଥା କୃଷିକ୍ଷେତ୍ରରେ ଉନ୍ନତୀ ଆଣିବା ସହିତ ଆର୍ଥିକ ସ୍ତରରେ ଲାଭବାନ ହୋଇ ପାରିବେ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।
