ଏଥର ଭୁବନେଶ୍ୱର ସାଂସଦ କିଏ ହେବ ?

Share

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପାଇଁ ଆଉ କିଛି ମାସ ବାକି ରହିଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ଆଶାୟୀ ପାର୍ଥୀନି ଶ୍ରିମୟୀ ମିଶ୍ର ପ୍ରଚାର ପ୍ରସାର ଆରମ୍ଭ କରିସାରିଲେଣି l ଭାରତୀୟ ପ୍ରଶାସନିକ ସେବାରୁ ଇଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଥିବା ଶ୍ରୀମତୀ ଅପରାଜିତା ଗତ 2019 ନିର୍ବାଚନରେ ବିଜେପିରୁ ପାର୍ଥି ହୋଇ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ lଗତ ନିର୍ବାଚନରେ ଅପରାଜିତା ଖୁବ କମ ଭୋଟରେ ଜିତିଥିବା ବେଳେ ଚଳିତ ନିର୍ବାଚନ ତାଙ୍କ ପାଇଁ ସେତେଟା ସହଜ ସାଧ୍ୟ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ତାଙ୍କ ବିପକ୍ଷରେ ବିଜେଡି ଦଳର ପୂର୍ବତନ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର ପାର୍ଥି ହେବାର ସମ୍ଭାବନା ବୋଲି ଚର୍ଚ୍ଚା ଜୋର ଧରିଛି l ଅନ୍ୟପଟେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବହୁବାର ଜିତିଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ବିଜେଡି ଦଳରୁ ଟିକେଟ ପାଇଁ ଆଶାୟୀ ରହିଛନ୍ତି l ଯଦି ପ୍ରସନ୍ନ ପାଟ୍ଟଶାଣୀ ଶ୍ରିମୟୀ ମିଶ୍ରଙ୍କୁ ସାହାଯ୍ୟ କରନ୍ତି ତେବେ ଅପରାଜିତା ଷଡ଼ଙ୍ଗୀଙ୍କର ଜିତିବା ଆଶା କମିଜିବାର ସମ୍ଭାବନା ବୋଲି ମଧ୍ୟ ଚର୍ଚା ଜୋର ଧରିଛି l   

Read more

Local News