ଭକ୍ତଙ୍କ ପାଇଁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ : ପୂରଣହେବ ଭକ୍ତଙ୍କ ମନସ୍କାମନା

Share

ପୁରୀ(ଏସ.ଏମ.ପି) ଭକ୍ତଙ୍କ ପାଇଁ ଏଣିକି ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ପୂରଣ ହେବ ଭକ୍ତଙ୍କ ମନସ୍କାମନା । କାଳିଆ ଦର୍ଶନ ଇଚ୍ଛା ଆଉ ଆପଣଙ୍କର ଅଧୁରା ହୋଇ ରହିବ ନାହିଁ । ପୁରୀକୁ ଭକ୍ତଙ୍କ ଲାଗି ୬୦ରୁ ଅଧିକ ବସ୍ ଗଡିବ ଓ ଏଥିରେ ଆରାମରେ ବସି ପୁରୀକୁ ଆସିବେ ଶ୍ରଦ୍ଧାଳୁ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଆସିବେ ଭକ୍ତ । ଜଗନ୍ନାଥ ଏକ୍ସପ୍ରେସ ବସ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍ ଯୋଗେ ପୁରୀକୁ ଆସିବେ ଶ୍ରଦ୍ଧାଳୁ।

Read more

Local News