ରାୟଗଡ ବ୍ଲକର କୁମୁଳାସିଂ ଗ୍ରାମର ଶ୍ମଶାନକୁ ରାସ୍ତା ନାହିଁ

Share

ଗଜପତି,୧୦/୧/:ଗଜପତି ଜିଲ୍ଲାରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ କି ସରକାରୀ ଯୋଜନା ଲୋକଙ୍କ ଠାରେ ପହଞ୍ଚି ପାରୁନାହିଁ।ଏହାର ବିକଳ ଚିତ୍ର ଦେଖା ଦେଇଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକର କୁମୁଳାସିଂ ଗ୍ରାମରେ,ଏଠାକାର ଶ୍ମଶାନକୁ ରାସ୍ତା ନାହିଁ। ରାସ୍ତାଟିଏ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ବହୁ ଦାବି ଅନୁରୋଧ ଆଦି ପରେ ସୁଦ୍ଧା ରାସ୍ତାଟିଏ ନିର୍ମାଣ ହୋଇପାରିଲାନାହିଁ। ପରିଶେଷରେ କୁମୁଳାସିଂର ଗ୍ରାମବାସୀମାନେ ଏକତ୍ରିତ ହୋଇ ରାସ୍ତା ନିର୍ମାଣ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟଯେ, ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ଅନେକ ଯୋଜନା ମାଧ୍ୟମରେ ଉନ୍ନତି କରିବା ସହିତ ଲୋକଙ୍କ ସମସ୍ୟା ଗୁଡ଼ିକୁ କିପରି ଦୂର କରାଯାଇ ପାରିବ ସେଥିପାଇଁ ଯୋଜନାମାନ ତିଆରି କରାଯାଉଛି l ଯେମିତିକି ଗ୍ରାମରେ ଥିବା ଶ୍ମଶାନର ସୁରକ୍ଷାକୁ ଦୃଷ୍ଟିରେ ରଖି ପାଚେରୀ ନିର୍ମାଣ କରିବା ପାଇଁ ଅନୁଦାନ ଦେବା , ଶ୍ମଶାନରେ ପାଣିର ବ୍ୟବସ୍ତା କରିବା ସହିତ ଶ୍ମଶାନ ଯିବା ପାଇଁ ଭଲ ରାସ୍ତା ଏମିତି ଅନେକ ଯୋଜନା ମାନ ରହିଛି କିନ୍ତୁ ବହୁ ବର୍ଷ ଧରି ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କୁମୂଳାସିଂ ଗ୍ରାମ ଖ୍ରୀଷ୍ଟିଆନ ସାହିର ଲୋକେ କହିଛନ୍ତି। ଶ୍ମଶାନକୁ ଯିବାକୁ ରାସ୍ତା ନ ଥିବାରୁ ଶବକୁ ଶ୍ମଶାନକୁ ନେଉଥିବା ସମୟରେ ନାହି ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମର ଲୋକମାନେ କହିଛନ୍ତି l ଅନେକ ଥର ଉକ୍ତ ସମସ୍ୟାକୁ ନେଇ ଉପର ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଗ୍ରାମର ଲୋକେ କହିଛନ୍ତି l ତେଣୁ ସରକାରଙ୍କୁ ଆଉ ଭରଷା କରି ରହିଥିବା ଅପେକ୍ଷା ନିଜସ୍ବ ପାଣ୍ଠିରୁ ଗ୍ରାମର ସମସ୍ତ ଛୋଟ ବଡ ବାପା ମା ଏକଜୁଟ ହୋଇ ଶ୍ମଶାନକୁ ଯିବା ରାସ୍ତା ତିଆରି କରିବା ପାଇଁ ଅଣ୍ଟା ଭିଡ଼ି ଥିବା ଦେଖାଯାଇଛି l ସରକାର୍ ଓ ପ୍ରଶାସନ ତତ୍ପରତା କେତେ ଦେଖିବାକୁ ବାକି ରହିଲା l

Read more

Local News