ବ୍ରହ୍ମପୁର:ବ୍ରାହ୍ମଣ ଓ ପୁରୋହିତ ମାନେ ସମାଜକୁ ସଚେତନ ଓ ସଂସ୍କାର କରିବା ସହ ସମଗ୍ର ଜାତିକୁ ସତ୍ ମାର୍ଗରେ ପରିଚାଳିତ କରିବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସଦା ସର୍ବଦା କାର୍ଯ୍ୟ କରିଥାନ୍ତି। ଏଣୁ ଉଭୟ ସରକାର ଏମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଗତକାଲି ବାଲ୍ୟ ଠାକୁରାଣୀ ମନ୍ଦିରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ୨୬ତମ ବାର୍ଷିକ ଅଧିବେଶନ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରଫୁଲ୍ଲ ରଥ, ହୃଷିକେଶ ପାଣିଗ୍ରାହୀ,ପଣ୍ଡିତ ହରିହର ଦାସ, ପଣ୍ଡିତ ଲଡ଼ୁକିଶୋର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଗାମୀ ତିନି ବର୍ଷ ନିମନ୍ତେ ପଣ୍ଡିତଶ୍ରୀ ନୀଳମାଧବ ତ୍ରିପାଠୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାବେଳେ କମିଟିର ସମ୍ପାଦକ ଭାବେ ପଣ୍ଡିତ ସନ୍ତୋଷ କର କୋଷାଧ୍ୟକ୍ଷ ପଣ୍ଡିତ ସନ୍ତୋଷ ତ୍ରିପାଠୀ, ଉପସଭାପତି ଭାବେ ପଣ୍ଡିତ ଅକ୍ଷୟ ପାଢ଼ୀ, କରୁଣାକର ଦାସ, ନରସିଂହ ପାଢ଼ୀ, ଆବାହକ ପଣ୍ଡିତ ବାବୁଲା ଷଡଙ୍ଗୀ , ସାଂଗଠନିକ ସମ୍ପାଦକ ପଣ୍ଡିତ ଉମାବଲ୍ଲଭ ରଥ ଓ ଅପୂର୍ବ ରଥ , ସହ ସମ୍ପାଦକ ନିରଞ୍ଜନ ନଦ ଓ ଟୁଟୁ ରଥ, ମୁଖ୍ୟ ସଂଯୋଜକ ପଣ୍ଡିତ ରବୀନ୍ଦ୍ର ଷଡଙ୍ଗୀ ସହ ସଂଯୋଜକ ପଣ୍ଡିତ ବିଭୁନନ୍ଦନ ପଣ୍ଡା ପଣ୍ଡିତ ଯଜ୍ଞନାରାୟଣ ରଥ, ଉପଦେଷ୍ଟା ଭାବେ ନାରାୟଣ ରଥ,ପଣ୍ଡିତ ଅଶୋକ ପାଢ଼ୀ, ପଣ୍ଡିତ ଉମାବଲ୍ଲଭ ଦାଶ ଓ ଆଇନ ପରାମର୍ଶ ଭାବେ ଶରତ ରୁଦ୍ର ଦାସ ଓ ଡ ସୁଧାଂଶୁ କର ପ୍ରମୁଖ ମୋନୋନିତ ହୋଇଥିବା ବେଳେ ପରିଚାଳନ କମିଟି ସଦସ୍ୟକୁ ୧୧ ଜଣ ବରିଷ୍ଠ ସଦସ୍ୟ ମୋନୋନୀତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜ ତରଫରୁ ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେବା ସହ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଓ ବ୍ରାହ୍ମଣ ପୁରୋହିତ ସମାଜ ର କଲ୍ୟାଣ ନିମନ୍ତେ ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚିତ ସଭାପତି ପଣ୍ଡିତ ନୀଳମାଧବ ତ୍ରିପାଠୀ ସୂଚନା ଦେଇଛନ୍ତି ।