ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେଇ ପୋଲିସ କରିବ ଅଭିଯୁକ୍ତଙ୍କୁ ଗୁଗଲ ମ୍ୟାପିଂ ଦ୍ୱାରା ଚିହ୍ନଟ

Share

ଗୁଗଲ ମ୍ୟାପିଂ ସାହାଯ୍ୟରେ କେଉଁଠି ଓ କେଉଁ ପ୍ରକାରର ଅପରାଧ ହେଉଛି ତାହାର ନିରୀକ୍ଷଣ କରି କ୍ରାଇମ ହଟ୍‌ସ୍ପଟ୍‌ ଚିହ୍ନଟ କରାଯିବ। ଗୁଗଲ ଆପ୍ଲିକେଶନର ସହାୟତା ନେଇ କ୍ରାଇମ୍ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ୍ । ଗତ କିଛି ବର୍ଷ ଧରି ରାଜ୍ୟରେ ଘଟିଥିବା ଅପରାଧର ସ୍ଥାନ ସବୁ ଗୁଗଲ ମ୍ୟାପରେ ସ୍ଥାନ ପାଇବ। ଯେଉଁ ଅଞ୍ଚଳରେ ଯେତେ ଅଧିକ ଅପରାଧ ଘଟିଛି ସେହି ସ୍ଥାନକୁ କ୍ରାଇମ ହଟସ୍ପଟ ଭାବେ ଚିହ୍ନଟ କରାଯିବ। ଏହାକୁ ଆଧାର କରି ପୋଲିସ ଆଗାମୀ ପଦକ୍ଷେପ ନେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ନାଚିଂ ବା ସୁନା ଚେନ୍, ଅଳଙ୍କାର ଲୁଟ୍ ଘଟଣା ଗୁଡ଼ିକର ଅନୁଧ୍ୟାନ କରାଯିବ। କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି ଏବଂ ସେମାନେ କେଉଁ ଶୈଳୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି, ଅପରାଧୀଙ୍କ ଗତିବିଧିର ବିଶ୍ଳେଷଣ କରାଯିବ। ବିଗତ ଦିନ ମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅପରାଧ ଓ ଅପରାଧୀଙ୍କୁ ଗୁଗଲ ମ୍ୟାପିଂ ଜରିଆରେ ନଜର ରଖାଯାଇପାରିବ। କମିଶନରେଟ ପୋଲିସ ସଫଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଥିବା ଏସ୍‌ପି ଅଫିସରୁ ମନିଟରିଂ କରାଯିବ ବୋଲି ନିର୍ଧାରିତ ହୋଇଛି। ଚଳିତବର୍ଷ ସାଇବର ଅପରାଧୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍ ଫେକ୍‌ ଭିଡିଓ ଘଟଣାରେ ତଦନ୍ତ ପାଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ କମିଶନରେଟ ପୋଲିସ ଯୋଗାଯୋଗ କରିବ।

Read more

Local News