ମୋହନା ଉନ୍ନୟନ କମିଟି ଆଜି ଗଜପତି ଜିଲ୍ଲାପାଳ ସହ ମିଶି ସହରର ସମସ୍ୟା ସମ୍ପର୍କେ ଆଲୋଚନା କଲେ

Share

ଗଜପତି: ମୋହନା ଉନ୍ନୟନ କମିଟି ଆଜି ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍କୃତିରଞ୍ଜନ ପ୍ରଧାନ ଓ ଉପ ଜୀଲ୍ଲାପାଳ ଶ୍ରୟୁକ୍ତ ଲୋକ କୁମାର ପ୍ରଧାନ ନବ ବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ମୋହନା ସହରର ବିଭିନ୍ନ ସମସ୍ୟା ସମ୍ପର୍କେ ଅବଗତ କରାଇଥିଲେ । କମିଟିର ସଭାପତି ଶ୍ରୀଯୁକ୍ତ ଦଣ୍ଡାସି ସାହୁ , ସଦସ୍ୟ ଶ୍ରୀ ପ୍ରଶାନ୍ତ ବୀର ଓ ସଦସ୍ୟ ଶ୍ରୀ ରବିନ୍ଦ୍ର ସାମନ୍ତରାୟ ବିଭିନ୍ନ ଆଲୋଚନା ଭିତରେ ତଳ ଲିଖିତ ବିଷୟମାନ ଅବଗତ କରାଇଥିଲେ । ୧) ମୋହନା ସରକାରୀ ବାଳକ ଉ:ପ୍ରା: ବିଦ୍ୟାଳୟକୁ ଉନ୍ନୀତ ଉଚ ବିଦ୍ୟାଳୟ ମାନ୍ୟତା , 2) ମୋହନା ପାଇଁ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ସହ କଳିଙ୍ଗ ଶିଶୁ ପାର୍କ ସମୁଖରେ ଥିବା ବାସଷ୍ଟଣ୍ଡକୁ ବସ ରହିବା ଷ୍ଟାଣ୍,ଡ 3) କଳିଙ୍ଗ ଶିଶୁ ଉଦ୍ୟାନକୁ ପୂଣ୍ଣାଙ୍ଗ କରିବା, ୪) ମୋହନା ମେଡିକାଲରେ ରୋଗୀମାନଙ୍କର ପାଣିର ସମସ୍ୟା ଦୁରୀକରଣ ସମ୍ପର୍କେ , 5) ମୋହନାକୁ ଏନ,ଏ. ସି ମାନ୍ୟତା ଦେବା, 6) ମୋହନା ସହରରେ ପିଇବା ପାଣିର ଘୋର ସମସ୍ୟା ସମ୍ପର୍କେ, 7) +2 କଲେଜର ଅସପୁନ୍ନ କୋଠାର ସପୂନ୍ନ କରାଯାଉ , 8) 3+ କଲେଜରେ ତାଆରି ହୋଇଥିବା ମହିଳା ହଷ୍ଟେଲର କାର୍ଯ୍ୟକାରିତା ଏହି ପରି ଅନେକ ସମସ୍ୟା ସମ୍ପର୍କେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ତଥା ଉପ ଜିଲ୍ଲାପାଳ ବିଷୟକୁ ଗୁରୁତ୍ବ ସହ ହୃଦୟଙ୍ଗମ କରି ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।

Read more

Local News