ବ୍ରହ୍ମପୁରରେ ୬ଷ୍ଠ ତମ ଜ଼ିଲ୍ଲା ସ୍ତରୀୟ ରାମେଶ୍ୱର ଟ୍ରଫି,

Share

ବ୍ରହ୍ମପୁର:ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଆଜି ତୃତୀୟ ଦିବସରେ ଏମ୍ ସି ସି ଏବଂ ଆସ୍କା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ଏହି ଟୁର୍ନାମେଣ୍ଟ ୯ ତାରିଖ ଠାରୁ ଆରମ୍ଭ ହୋଇ ୨0 ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ଏହି କ୍ରିକେଟ ଟୁର୍ନାମେଣ୍ଟ ବ୍ରହ୍ମପୁର ବାସି ଉପଭୋଗ କରିପାରିବେ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି l ଏହି ଟୁର୍ନାମେଣ୍ଟରେ ଗଞ୍ଜାମ ଜିଲ୍ଲାର ସମସ୍ତ ୧୨ ଗୋଟି ଟିମ୍ ଅଂଶ ଗ୍ରହଣ କରିଛନ୍ତିି।ଏମ୍ ସି ସି ଟସ୍ ଜିତି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲେ l ଏମ୍ ସି ସି ୨୧.୫ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୧ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ସୁଦର୍ଶନ ବେହେରା ସର୍ବାଧିକ ୨୭ରନ୍ କରିଥିଲେ l ଆସ୍କା ଦଳ ପକ୍ଷରୁ ଆକାଶ କୁମାର ଖଣ୍ଡୁଆଳ ୪ ଗୋଟି ଏବଂ ମନୋଜ କୁମାର ପ୍ରଧାନ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ l ଜବାବରେ ଆସ୍କା ଦଳ ୧୮.୫ ଓଭର ରେ ୫ ଗୋଟି ଓ୍ବିକେଟ ହରାଇ ଆବଶ୍ୟକ ୧୧୨ ରନ୍ ସଂଗ୍ରହ କରି ମ୍ୟାଚ ଟି କୁ ୫ ଓ୍ବିକେଟ ରେ ଜିତି ଯାଇଥିଲା । ଦଳ ପକ୍ଷରୁ ଆକାଶ କୁମାର ଖଣ୍ଡୁଆଳ ସର୍ବାଧିକ ୫୩ବଲ ଖେଳି ୫୦ ରନ୍ କରିଥିଲେ । ଏମ୍ ସି ସି ପକ୍ଷରୁ ରିୟାଜ ୬ଓଭର ପକାଇ ୩୮ ରନ୍ ଦେଇ ୪ ଗୋଟି ଓ୍ବିକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାଚରେ ଆକାଶ କୁମାର ଖଣ୍ଡୁଆଳ ଙ୍କୁ ମ୍ୟାନ୍ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ସାଗର ପଣ୍ଡା ଓ ଧିରେନ୍ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ନବୀନ କୁମାର ସହଯୋଗ କରିଥିଲେ l ଆଜିର ମୁଖ୍ୟ ଅତିଥି ରୂପେ ଶ୍ରୀ ଦଣ୍ଡପାଣି ନାୟକ ଯୋଗ ଦେଇଥିଲେ। ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଏବଂ ଶ୍ରୀ ପ୍ରଣବ କୁମାର ପଟ୍ଟନାୟକ ମ୍ୟାନ୍ ଅଫ୍ ଦି ମ୍ୟାଚ ଟ୍ରଫି 🏆 ପ୍ରଦାନ କରିଥିଲେ।

Read more

Local News