ରହୁଲଗାନ୍ଧୀ ଜାନୁଆରି ୧୪ ତାରିଖରେ ମଣିପୁରରୁ ଭାରତ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରି ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ କରିବେ । ସୂଚନା ଯେ, ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଓଡ଼ିଶାର ୪ ଜିଲ୍ଲା ଦେଇ ଯିବେ ବୋଲି ଜଣାପଡିଛି । ଏହାସହ ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ଦ୍ୱାରା ୨୦୦୯ ମସିହାରେ ଦଳ ଜିତିଥିବା ବାଲେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ୬ଟି ଲୋକସଭା ଆସନରେ ପ୍ରଭାବ ପଡ଼ିବ ବୋଲି ଓଡିଶା କଂଗ୍ରେସ ଆଶା ରଖିଛି ।