Wednesday, May 20, 2026
38.7 C
Brahmapur

କାର୍ ଧକ୍କାରେ ବରିଷ୍ଠ ସାମ୍ବାଦିକ ଉଦୟ ନାଥ ପାଣିଗ୍ରାହୀ ଆହତ।

Share

ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ରଜା ସାହି ଛକ ଠାରେ କୌଣସି ଏକ କାର ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି, ଫଳରେ ‘ ସମୟ’ ଖବର କାଗଜର ଜିଲ୍ଲା ପ୍ରତିନିଧୂ ତଥା ବରିଷ୍ଠ ସାମ୍ବାଦିକ ଉଦୟ ନାଥ ପାଣିଗ୍ରାହୀ ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ସେଠାକାର ଲୋକମାନେ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲରେ ଚିକିତ୍ସାଧୂନ ପାଇଁ ଭର୍ତି କରିଥିଲେ କିନ୍ତୁ ସାମ୍ବାଦିକ ଉଦୟଙ୍କ ଖାଇଲା ହାତ ଭାଙ୍ଗିଯାଇଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି ଏବଂ ହାତ ଅପରେସନ କରାଯିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ତେଣୁ ତାଙ୍କୁ ପାୟଲ ହଲ ସ୍ଥିତ ଦିବ୍ୟଜ୍ୟୋତି ହସ୍ପିଟାଲରେ ଭର୍ଭି କରାଯାଇଛି। ଆସନ୍ତା କାଲି ସାମ୍ବାଦିକଙ୍କ ଅପରେସନ କରାଯିବ ବୋଲି ଜଣା ଣାପଡିଛି।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News