ବଦଳିଲେ ବ୍ରହ୍ମପୁର ଏସପି।

Share

ବଦଳିଲେ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌। ନୂତନ ଏସ୍‌ପି ଭାବେ ଦାୟିତ୍ୱ ନେବେ ଅଭିନବ ସୋନକର। ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌ଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବଦଳି ନିର୍ଦ୍ଦେଶନାମାରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଢେଙ୍କାନାଳ ଏସ୍‌ପି ଭାବେ କାର୍ଯ୍ୟରତ ଅଭିନବ ଶଙ୍କରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। ଅଭିନବ ସୋନକର ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ। ଗୃହ ବିଭାଗର ନୋଟିଫିକେସନ୍‌ ଅନୁଯାୟୀ, ସେ ବ୍ରହ୍ମପୁର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

Read more

Local News