ଅଭିଯୁକ୍ତ ଜଣକ ଏକ ମୋଟର ସାଇକେଲରେ ଆସି ଅଭିଯୋଗକାରିଣୀଙ୍କ ନିକଟରେ ପହଞ୍ଚିଥିଲେ, ତାଙ୍କ ପାଖରେ ଥିବା ବ୍ୟାଗ୍ ଭିତରେ ଏକ ଛୋଟ ଖଣ୍ଡା ରହିଥିଲା। ସେ ଅଭିଯୋଗକାରିଣୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେ ଅଭିଯୋଗକାରିଣୀଙ୍କ ଗାଡ଼ିର ଚାବି ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗକାରିଣୀ ତାଙ୍କ ପିଛା କରି ବ୍ରହ୍ମପୁର ସେଲ୍ସ ଟ୍ୟାକ୍ସ ଛକ ନିକଟରେ ତାଙ୍କୁ ଠାବ କରିଥିଲେ। ଘଟଣା ସମୟରେ ଅଭିଯୁକ୍ତ ହତ୍ୟା ଉଦ୍ଦେଶ୍ୟରେ ଉକ୍ତ ଛୋଟ ଖଣ୍ଡା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଅଭିଯୋଗକାରିଣୀଙ୍କ ଡାହାଣ ହାତର ଉପର ଭାଗରେ ଆଘାତ ଲାଗିଥିଲା ଏବଂ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଲିଖିତ ଅଭିଯୋଗ ପାଇବା ପରେ, ବୈଦ୍ୟନାଥପୁର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସ ଅଭିଯୋଗକାରିଣୀ ଓ ଅନ୍ୟ ସାକ୍ଷୀମାନଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅପରାଧୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।
