
ହିନ୍ଦୁ ତଥା ସନାତନ ସଂସ୍କୃତିର ପୌଷ ମାସରେ ପ୍ରତି ଦେବ ମନ୍ଦିର ଗୁଡିକରେ ମାସଟି ଯାକ ପ୍ରଭାତରେ ପହିଲି ଭୋଗର ଵିଧି ରହିଥିବା ଯୋଗୁଁ ସ୍ଥାନୀୟ ଶ୍ରୀ ଶ୍ରୀ ବଳଦେବ ସ୍ୱାମୀଙ୍କ ମନ୍ଦିରରେ ମଧ୍ୟ ପହିଲି ଭୋଗ ପ୍ରସାଦକୁ ଖାଇବା ପାଇଁ ପ୍ରତି ଦିନ ସାରା ଅଞ୍ଚଳ ଏବଂ ଅଞ୍ଚଳ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଭକ୍ତମାନେ ଭିଡ଼ ଲାଗୁଥିବା ଜଣାପଡିଛି l ସେହିପରି ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମର ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ନାମ ସଂକୀର୍ତ୍ତନ ସଂଘ,ବଡ଼ ଦଳ ପକ୍ଷରୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଶରତୋତ୍ସବ ଓ ବନ୍ଧୁ ମିଳନ ହୋଇଯାଇଛି l ଏହି ବନ୍ଧୁ ମିଳନରେ ବୁଗୁଡ଼ା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ତ୍ରିଲୋଚନ ପଣ୍ଡା ଅଂଶଗ୍ରହଣ କରିଥିବା ବେଳେ ସମାଜସେବୀ ହରିହର ବିଷୋୟୀ, ସଭାପତି କିଶୋର ଚନ୍ଦ୍ର ନନ୍ଦ,ସୁଶାନ୍ତ କୁମାର ସାହୁ,ଗୌରହରି ପାଣି ଓ ଗୌରହରି ବିଷୋୟୀ ପ୍ରମୁଖ ସଂକୀର୍ତ୍ତନ ଦଳର ତିରିଶ ଜଣରୁ ଉର୍ଦ୍ଧ ଉପସ୍ଥିତ ଥିଲେ l ପ୍ରଭୁ ବଳଦେବଜୀଉଙ୍କ ପହିଲି ଭୋଗ ପ୍ରସାଦ ଖାଇ ବନ୍ଧୁ ମିଳନର ମଜା ନେଇଥିଲେ l
